ନୂଆଦିଲ୍ଲୀ – ଜମ୍ମୁ-କଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଂଚଳ ଭାବେ ମାନ୍ୟତା ମିଳିବା ପରେ ଭାରତର ମାନଚିତ୍ରରେ ପରିବର୍ତନ ହୋଇଛି । ଦେଶର ନୂତନ ମାନଚିତ୍ରକୁ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଟୁଇଟ କରିଛନ୍ତି ।
ଗତ ୩୧ ଅକ୍ଟୋବର ୨୦୧୯ ପରେ ଏହା ହେଉଛି ଭାରତର ପ୍ରଥମ ଆଧିକାରିକ ମାନଚିତ୍ର । ଏ ନେଇ ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶପାଇଛ ଯେ କେନ୍ଦ୍ରଶାସିତ ଜମ୍ମୁ-କଶ୍ମୀରରେ କାରଗିଲ ଓ ଲେହ ଜିଲ୍ଲାକୁ ଛାଡ଼ି ଅବିଭାଜିତ ଜମ୍ମୁ କଶ୍ମୀର ରାଜ୍ୟରେ ଥିବା ସମସ୍ତ ଜିଲ୍ଲାକୁ ରଖାଯାଇଛି । କେନ୍ଦ୍ରଶାସିତ ଅଂଚଳ ଲଦାଖରେ କେବଳ କାରଗିଲ ଓ ଲେହ ଜିଲ୍ଲା ସ୍ଥାନ ପାଇଛି ।
ସୂଚନାଯୋଗ୍ୟ ଯେ ଅଗଷ୍ଟ ୫ ତାରିଖରେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରାଯାଇ ଜମ୍ମୁ କଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ନିଆଯିବାର ୮୬ ଦିନ ପରେ ଗୃହ ମନ୍ତ୍ରାଳୟ ଶନିବାର ୨୮ଟି ରାଜ୍ୟ ଓ ୯ଟି କେନ୍ଦ୍ରଶାସିତ ରାଜ୍ୟ ସହିତ ଭାରତର ଏକ ନୂଆ ମାନଚିତ୍ର ଜାରି କରିଛନ୍ତି ।
ଏହି ମାନଚିତ୍ରରେ ୯ଟି କେନ୍ଦ୍ରଶାସିତ ଅଂଚଳ ରହିଛି, ସେଗୁଡ଼ିକ ହେଲା ଅଣ୍ଡାମାନ ନିକୋବର, ଚଣ୍ଡିଗଡ଼, ଦାମନ୍ ଓ ଡିଉ, ଦାଦର ଓ ନଗର ହାଭେଲୀ, ଦିଲ୍ଲୀ, ଜମ୍ମୁ-କଶ୍ମୀର, ଲଦାଖ, ଲକ୍ଷାଦ୍ୱୀପ ଓ ପୁ‡ୁଚେରୀ ।