
ମାଲକାନଗିରି, ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଅନ୍ତର୍ଗତ ସାଲିମି ମଣ୍ଡିରେ ଦୀର୍ଘ ଏକ ସପ୍ତାହ ହେଲାଣି ଚାଷୀ ମାନେ ନିଜ କଷ୍ଟ ଅର୍ଜିତ ଶହ ଶହ ବସ୍ତା ଧାନ ଆଣି ବର୍ଷା, ଶୀତ କାକରରେ ମଣ୍ଡିରେ ରଖି ଜଗି ରହିଥିଲେ ମଧ୍ୟ ସେମାନଙ୍କ ଧାନ ବିଭାଗ ପକ୍ଷରୁ ଉଠା ଯାଉନଥିବା ଅଭିଯୋଗ କରି ଆଜି ଶତାଧିକ ଚାଷୀ ସାଲିମିରୁ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।ଖବର ପାଇ ମାଥିଲି ବ୍ଳକ ଯୋଗାଣ ନିରୀକ୍ଷକ ଓ ଲ୍ୟାମ୍ପ କର୍ମଚାରୀ ମାନେ ଯାଇ ଚାଷୀଙ୍କୁ ବୁଝାସୁଝା କରିଥିଲେ ବି ସେମାନେ ଆନ୍ଦୋଳନରୁ ଉଠି ନଥିଲେ । କେବେ ଧାନ ଉଠାଯିବ ଲିଖିତ ପ୍ରତିଶୃତି ଦିଆଗଲେ ଯାଇ ଆନ୍ଦୋଳନରୁ ଓହରିବେ ବୋଲି ଚାଷୀ ମାନେ କହିଥିଲେ ।ରାସ୍ତା ଅବରୋଧ ଯୋଗୁଁ ଲୋକ ମାନେ ବହୁ ହଇରାଣର ସମ୍ମୁଖୀନ ହୋଇଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ଚାଷୀଙ୍କ ଆନ୍ଦୋଳନ ଜାରୀ ରହିଛି!