କେନ୍ଦୁଝର – କେନ୍ଦୁଝର ରେ ଗ୍ୟାସ ସଜାଡୁଥିବା ସମୟରେ ହଠାତ୍ ଗ୍ୟାସ ଟାଙ୍କିଟି ଫାଟି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ୨ ଜଣ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେଭର୍ତି କରାଯାଇଥିଲା । କେନ୍ଦୁଝର ସହର ସ୍ଥିତ ଧୋବାଡିହା ସାହୀର ରାମଚନ୍ଦ୍ର ମୁର୍ମୁ ଙ୍କର ଗ୍ୟାସ ଜଳୁନଥିବାରୁ ସଂପର୍କରେ ସେ ଅଭିଯୋଗ କରିଥିଲେ । ତାଙ୍କର ଅଭିଯୋଗ ପାଇ ଗ୍ୟାସ ମେକାନିକ ସୁମନ୍ତ ମହାନ୍ତ ଆସି ଗ୍ୟାସ ସଜାଡୁଥିବା ସମୟରେ ଗ୍ୟାସ ଟାଙ୍କିଟି ହଠାତ୍ ଫାଟିଯାଇଥିଲା । ଫଳରେ ମାଲିକ ରାମ ଚନ୍ଦ୍ର ମୁର୍ମୁ ଓ ମେକାନିକ ସୁମନ୍ତ ମହାନ୍ତ ଗୁରୁତର ଭାବରେ ଆହତ ହୋଇଛନ୍ତି । ଉଭୟଙ୍କର ଦେହର ଅନେକ ଅଂଶ ପୋଡିଯାଇଛି । ଗୁରୁତର ଭାବେ ଉଭୟ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯିବା ପରେ ତାଙ୍କର ଚିକିତ୍ସା ଚାଲିିଛି ।
Related Stories
November 23, 2024