
ସମ୍ବଲପୁର, ସମ୍ବଲପୁର ଠେଲକୁଲି ସ୍ଥିତ ଜେଏସଡବ୍ଲ୍ୟୁ ଭୂଷଣ କାରଖାନାର ପାଚେରୀ ଭାଙ୍ଗିଯିବାରୁ ବାଞ୍ଜିବେରଣା ଗ୍ରାମର ଚାଷ ଜମିରେ ମାଡିଯାଇଛି ଲୁହାଗୁଣ୍ଡ ମିଶ୍ରିତ ପାଣି । ଏଥିସହିତ ଏହି ଲୁହାଗୁଣ୍ଡ ମିଶ୍ରିତ ପାଣିରେ ଟ୍ରାକ୍ଟର ସହିତ ପୋତି ହୋଇଯାଇଛି ଅନେକ ଭାରୀଯାନ । ଘଟଣା ପରେ ଜିଲ୍ଲା ପ୍ରଶାସନ ଓ କମ୍ପାନୀ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଥିବା ସୂଚନା ମିଳିଛି ।