ମାଲକାନଗିରି, ପ୍ରମୁଖ ତିନି ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡ଼ି ମଧ୍ୟରୁ ଆଜି ଗୋଟିଏ ଦିନରେ ବିଜେପି ଓ ବିଜେଡ଼ି ତାର ପଡିଆ ଓ କାଲିମେଳା ଜୋନ୍ ର ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ତେବେ କାଲିମେଳା ବ୍ଲକ ବିଜେଡି କମିଟି ପକ୍ଷରୁ ପ୍ରାର୍ଥୀ ଘୋଷଣା ତାଲିକାରେ ରହିଛନ୍ତି କାଲିମେଳା ଜୋନ୍ ନଂ ୧ ପାଇଁ ଅନୁସୂଚୀତ ଜାତି ମହିଳା ସରସ୍ବତୀ ହାଲଦାର, ସେ ମାଲାଭୋରମ ଗ୍ରାମପଞ୍ଚାୟତ ଅଧିନ ଏମଭି-୮୮ ଗ୍ରାମର । କାଲିମେଳା ଜୋନ୍ ୨ ପାଇଁ ଅନୁସୂଚୀତ ଜନଜାତି ମହିଳା ମମତା ପଡିଆମି, ସେ କାଲିମେଳା ଗ୍ରାମପଞ୍ଚାୟତ ଅଧିନ ବଡୁଗୁଡା ଗ୍ରାମର ଏବଂ କାଲିମେଳା ଜୋନ୍ ୩ ପାଇଁ ଅନୁସୂଚୀତ ଜାତି ପୁରୁଷ ପତିତପାବନ ବୈଦ, ସେ କାଙ୍ଗୁରକୋଣ୍ଡା ଗ୍ରାମପଞ୍ଚାୟତ ଅଧିନ ଏମପିଭି-୧୯ ଗ୍ରାମର ।
ସେହିପରି କାଲିମେଳା ବ୍ଲକ ବିଜେପି କମିଟି ପକ୍ଷରୁ ପ୍ରାର୍ଥୀ ଘୋଷଣା ତାଲିକାରେ ରହିଛନ୍ତି କାଲିମେଳା ଜୋନ୍ ୧ ପାଇଁ ଅନୁସୂଚୀତ ଜାତି ମହିଳା ବିଭୋ ସରକାର, ସେ ଲୁଗେଲ ଗ୍ରାମପଞ୍ଚାୟତ ଅଧିନ ଏମଭି-୮୨ ଗ୍ରାମର । କାଲିମେଳା ଜୋନ୍ ୨ ପାଇଁ ଅନୁସୂଚୀତ ଜନଜାତି ମହିଳା ରୀନା କବାସି, ସେ କାଲିମେଳା ଗ୍ରାମପଞ୍ଚାୟତ ଅଧିନ ତୁମ୍ବାଗୁଡା ଗ୍ରାମର ଏବଂ କାଲିମେଳା ଜୋନ୍ ୩ ପାଇଁ ଅନୁସୂଚୀତ ଜାତି ପୁରୁଷ ପ୍ରହଲ୍ଲାଦ ବସୁ, ସେ କାଙ୍ଗୁରକୋଣ୍ଡା ଗ୍ରାମପଞ୍ଚାୟତ ଅଧିନ ଏମପିଭି-୧୯ ଗ୍ରାମର ।
ପଡ଼ିଆ ବ୍ଲକ ବିଜେପି କମିଟି ପକ୍ଷରୁ ପ୍ରାର୍ଥୀ ଘୋଷଣା ତାଲିକାରେ ଅଛନ୍ତି ପଡ଼ିଆ ଜୋନ୍ ପାଇଁ ଅନୁସୂଚୀତ ଜାତି ମହିଳା ଲିପସା ରାୟ, ସେ ବାପନପାଲି ଗ୍ରାମପଞ୍ଚାୟତ ଅଧିନ ଏମଭି-୫୮ ଗ୍ରାମର । ମାଲକାନଗିରି ଜିଲ୍ଲାର ପଡ଼ିଆ ବ୍ଲକରେ ତୃତୀୟ ପର୍ଯ୍ୟାୟର ଫେବୃୟାରୀ ୨୦ ଏବଂ କାଲିମେଳା ବ୍ଳକରେ ଚତୁର୍ଥ ପର୍ଯ୍ୟାୟ ଫେବୃୟାରୀ ୨୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଆଉ ଗୋଟିଏ ଦିନ ବାକି ରହିଛି ।