ଜୟପୁର – ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କୁ ଆଜି ଜୟପୁରରେ ଭବ୍ୟ ସମ୍ବଦ୍ଧନା ଦିଆଯାଇଛି । ନାଚ , ଗୀତ ରେ ସମ୍ବଦ୍ଧନା ଦିଆଯାଇଥିବା ବେଲେ ଏହି ସମ୍ବର୍ଦ୍ଧନା ପାଇ ନିଜ କୁ ଧନ୍ୟ ମନେ କରିଛନ୍ତି ଡିଜିପି । ବିଜୟ କୁମାର ଶର୍ମାଙ୍କ କର୍ମମୟ ଜୀବନ ଜୟପୁରରେ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଆଇପିଏସ ଏସିଡପିଓ ଭାବେ ଜୟପୁର ଦାୟିତ୍ୱ ନେିଥିଲେ । ଗତ ୧୯୮୯ ରୁ ୧୯୯୦ ଯାଏ ତାଙ୍କ କାଯ୍ୟକଳାପ ଜୟପୁର ବାସୀ ଙ୍କୁ ଆକୃଷ୍ଟ କରିଥିଲା । ଏନେଇ ଆଜି ଜୟପୁର ନାଗରିକ କମିଟି ତରଫରୁ ସମ୍ଭଦ୍ଧନା ଦିଆଯାଇଛି । ଏହି ଅବସରରେ କର୍ମମୟ ଜୀବନରେ ବହୁତ ଲୋକଙ୍କ ସହ ସମ୍ପର୍କ ରହିଥିଲା । ଆଜି ଯୋଗ ଦେଇ ଡିଜିପି ଜୟପୁର ରେ ସାଇବାର ଥାନା ଶିଘ୍ର ପ୍ରତିଷ୍ଠା ପାଇ ଚେଷ୍ଟା କରିବା ସହ ଜୟପୁର ଥାନାରେ ଅଧିକ ନିଯୁକ୍ତି କରିବା ସହ ସହର ସାରା ସିସି କେମେରା ଲଗାଇବ ବୋଲି ସୁଚନା ଦେଇଥିଲେ । ଜୟପୁର ମାଚି ରେ କାଯ୍ୟ କରିବା ରେ ଯେଉଁ ସସେହ ଶ୍ରଦ୍ଧାର ରହିଥିଲା ସେହି ସ୍ନହେ ଶ୍ରଦ୍ଧା ଯୋଗୁଁ ଆଜି ଏତେ ବଡ ପଦବୀ ରେ ରହିଥିବା ସେ ଭାବ ବିହଳ କଣ୍ଠରେ ପ୍ରକାଶ କରିଥିଲେ । ନାଗରିକ କମିଟିର ସଭାପତି ମିନ କେତନ ଦାଶ ଙ୍କ ସଭାପିତିତ୍ୱରେ ଆୟୋଜିତ କାଯ୍ୟକ୍ରମରେ ବିଧାୟକ ତାରା ପ୍ରସାଦ ବାହନିପତି ଯୋଗଦେଇ ଡିଜିପି ଙ୍କୁ ପ୍ରଶଂସା କରିବା ସହ ସହରରେ ବେନିୟମ ମଦ ବିକ୍ରି ବନ୍ଦ କରିବାକୁ ଦାବୀ ରଖିଥିଲେ । କାଯ୍ୟକ୍ରମରେ ପୁବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ଜିଆଇଜି ସଫିନ ଅହମ୍ମଦ, ଏସପି ମୁକେଶ କୁମାର ଭାମୋ, ଏସଡିପିଓ ବରୁଣ ଗୁଣ୍ଠୁପାଲି ଉପସ୍ଥିତ ରହିଥିବା ବେଳେ ନାଗରିକ କମିଟିର ସମ୍ପାଦକ ଗୀତ ପ୍ରକାଶ ମିଶ୍ର ମ ପରିଚାଳନା କରିଥିଲେ । ଏହି ସଭାରେ ବିଭିନ୍ନ ସଂଗଠନ ତରଫରୁ ଡିଜିପି ଙ୍କୁ ସମ୍ବଦ୍ଧନା ଦିଆଯାଇଥିଲ ।
Related Stories
December 25, 2024
December 25, 2024