
କେନ୍ଦ୍ରାପଡ଼ା – କେନ୍ଦ୍ରାପଡାର ଯୌନ ନିର୍ଯ୍ୟାତନା ମାମଲାରେ ସାରା ଓଡିଶା ଉଠୁଥିବା ପଡୁଥିଲା ବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭର ସୋସାଇଟିର ସଭାପତି ପ୍ରମୋଦ କୁମାର ସାହୁ ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି । ଶନିବାର ଅଭିଯୁକ୍ତ ଶ୍ରୀ ସାହୁ କେନ୍ଦ୍ରାପଡା ଏସ.ଡିଜେଏମଙ୍କ କୋର୍ଟରେ କେଶ ନଂ-୧ ସିସି ନଂ-୩୩୯/୨୦୧୯ରେ କେଶ ରୁଜୁ କରାଯାଇଛି । ଶ୍ରୀ ସାହୁ ପିଡୀତା ତଥା ଅଭିଯୋଗକାରୀ ଯୁବତୀ ଓ ତାଙ୍କର ସହଯୋଗୀଙ୍କ ସମେତ ଏହି ଘଟଣାକୁ ପ୍ରଚାର କରିଥିବା ମୁଦ୍ରିତ ଗଣ ମାଧ୍ୟମ ଓ ବୈଦୁତିକ ଗଣ ମାଧ୍ୟମର ସଂପାଦକ, ସ୍ଥାନୀୟ ସଂବାଦ ଦାତା, ପ୍ରକାଶକ ପ୍ରଭୃତିଙ୍କ ନାମରେ ମାମଲା ଦାୟର କରିଛନ୍ତି ।