
ସାନଖେମୁଣ୍ଡି: ଗୌତମୀ ଗ୍ରାମର ପରିମଳ ସ୍ଥିତିକୁ ନଜରକୁ ନେଇ ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତର ସରପଞ୍ଚ ଶ୍ରୀ ସୁଶାନ୍ତ କୁମାର ସ୍ବାଇଁ କିଛିଦିନ ତଳେ ଏହାର ନିରାକରଣ ନିମିତ୍ତ ଅଦ୍ୟମ ଅନୁଚିନ୍ତା କରିଥିଲେ l ପଞ୍ଚାୟତ ର କିଛି ୱାର୍ଡ ସଭ୍ୟ ଓ ବୁଦ୍ଧିଜୀବିଙ୍କ ପ୍ରେରଣାରେ ଗ୍ରାମ୍ୟ ମୁଖ୍ୟ ରାସ୍ତା କଡ଼ରେ ଝାଡା ଫେରୁଥିବା ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ରାସନ୍ ବନ୍ଦ କରିବାର କଟକଣା ଜାରି କରିଥିଲେ l ଏ ସମ୍ବନ୍ଧୀୟ ଖବର ପ୍ରକାଶିତ ହେବା ପରେ ସରପଞ୍ଚଙ୍କ ଏହି ଆଭିମୁଖ୍ୟକୁ ସ୍ବାଗତ କରିଥିଲେ lଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲଙ୍ଗେ ,ଉପ ଜିଲ୍ଲାପାଳ ଶ୍ରୀ ସିନ୍ଧ ଦତ୍ତାତ୍ରେୟ ପ୍ରମୁଖ ଏହି ବ୍ୟବସ୍ଥାକୁ ସ୍ବାଗତ କରିଥିଲେ ମଧ୍ୟ ରାସନ ଯୋଗୁଁ କ୍ଷୁବ୍ଧ ପ୍ରକାଶ କରିଥିଲେ l ଗୌତମୀ ଗ୍ରାମର ସମିତି ସଭ୍ୟା ଜୟନ୍ତୀ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା ,ବିଜୁ ଯୁବ ବାହିନୀ, ସଂଚୟିକା ସଂଘ ତଥା ବୁଦ୍ଧିଜୀବୀ ନାଗରିକ ହିସାବରେ ସାନଖେମୁଣ୍ଡି ବିଡ଼ିଓଙ୍କ ଠାରେ ସରପଞ୍ଚଙ୍କ ବିରୋଧରେ ଖାଦ୍ୟ ସୁରକ୍ଷା ଯୋଜନାର ଅପବ୍ୟବହାର ଜନିତ ଅଭିଯୋଗ କରିଛନ୍ତି l ସରପଞ୍ଚ ପଞ୍ଚାୟତର ମତାମତ ନନେଇ ଖାଦ୍ୟ ସୁରକ୍ଷାରେ ବଞ୍ଚିତ କରାଇବା ନେଇ ଅଭିଯୋଗ କରିଛନ୍ତି l ମଧ୍ୟାହ୍ନରେ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ବିଡ଼ିଓଙ୍କ ପ୍ରୋକଷ୍ଠରେ ଅଭିଯୋଗ ପ୍ରଦାନ କରିବା ସହ ଏହାର ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରାର୍ଥନା କରିଛନ୍ତି lଇତି ମଧ୍ୟରେ ଅଭିଯୋଗ ଗ୍ରହଣ ଅବସରରେ ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୪୦୮୫/ତା- ୦୨/୧୧/୨୦୧୯ ପ୍ରକାରେ ସରପଞ୍ଚଙ୍କୁ ହିତାଧିକାରୀଙ୍କ ରାସନ୍ ଜନିତ ଚାଉଳ ଓ ଗହମ ବଣ୍ଟନ କରିବାକୁ ସୂଚିତ କରିଛନ୍ତି l