
ଭୁବନେଶ୍ୱର – ମାଲକାନଗିରି ସ୍ୱାଭିମାନ ଅଂଚଳର ସାମଗ୍ରିକ ବିକାଶ ପାଇଁ ବରାଦ ହୋଇଥିବା ୧୦୦ କୋଟି ଟଙ୍କା ମଧ୍ୟରୁ ୧୦ କୋଟି ଟଙ୍କା ଶିକ୍ଷା କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଶିକ୍ଷକ ମାନଙ୍କ ପାଇଁ କ୍ଲଷ୍ଟର ତିଆରି ହେବ । ପ୍ରତି କ୍ଲଷ୍ଟରରେ ୮ରୁ ୧୦ ଟି ଘର ରହିବ ।