– ବଡକୁଳ ରେଳଧାରଣା ଉପରେ ଏସି ବଗି ସହ ୨ କିମି ଗଡିଲା ଇଂଜିନ୍
ଭୁବନେଶ୍ୱର – ପୁଣି ବଗି ଛାଡି ପଳାଇଲା ଟ୍ରେନ୍ ଇଂଜିନ୍ । ଶନିବାର ପୂର୍ବାହ୍ନରେ ବାଲୁଗାଁ ଷ୍ଟେସନ୍ ନିକଟବର୍ତୀ ବଡ଼କୁଳ ରେଳଲାଇନ୍ ରେ ୧୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏrପ୍ରେସ୍ ମଝିରୁ ଦୁଇ ଭାଗ ହୋଇଯାଇଥିଲା । ଇଂଜିନ୍ ସହ ଅଧା ବଗି ଦୁଇ କିଲୋମିଟର୍ ଆଗକୁ ଗଡ଼ିଯାଇଥିଲା ବେଳେ ଅଧା ବଗି ପଛରେ ରହିଯାଇଥିଲା ।
ଯାତ୍ରୀ ଓ ପଛରେ ଥିବା ଗାର୍ଡଙ୍କ ଠାରୁ ସୂଚନା ପାଇବା ପରେ ବାଲୁଗାଁ ଷ୍ଟେସନ୍ ରେଳ କର୍ତୃପକ୍ଷଙ୍କ ଉଦ୍ୟମରେ ପୁଣି ବଗିଗୁଡ଼ିକ ଇଞ୍ଜିନ୍ ସହ ସଂଯୋଗ କରାଯାଇଥିଲା । ତେବେ ଟ୍ରେନ୍ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶନିବାର ପୂର୍ବାହ୍ନରେ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏrପ୍ରେସ୍ ବାଲୁଗାଁ ଷ୍ଟେସନ୍ ରେ ପହଂଚି ସେଠାରୁ ପୂର୍ବାହ୍ନ୯ଟା୫୦ରେ ଛାଡ଼ିଥିଲା । ପ୍ରାୟ ୪ କିଲୋମିଟର ଯିବା ପରେ ବଡ଼କୁଳ ରେଳଲାଇନ୍ ରେ ଏ. ସି. ବଗିଠାରୁ ଟ୍ରେନଟି ଦୁଇ ଭାଗ ହୋଇଯାଇଥିଲା । ଇଂଜିନ୍ ସହ ଲାଗିଥିବା ଡବାଗୁଡ଼ିକ ଘଟଣାସ୍ଥଳରୁ ପ୍ରାୟ ୨ କିଲୋମିଟର ·ଲି ଯାଇଥିଲା । ଏଭଳି ଘଟଣା ପରେ ଅଲଗା ହୋଇ ପଛରେ ରହିଯାଇଥିବା ବଗିର ଯାତ୍ରୀ ମାନେ ଭୟଭୀତ ହୋଇଯାଇଥିଲେ । ଟ୍ରେନର କେତେକ ଯାତ୍ରୀ ଓ ଗାର୍ଡ ଏ ସଂକ୍ରାନ୍ତରେ ବାଲୁଗାଁ ଷ୍ଟେସନକୁ ସୂଚନା ଦେଇଥିଲେ । ସେଠାକାର ରେଳବାଇ କର୍ତୃପକ୍ଷ ଡ୍ରାଇଭରଙ୍କୁ ସୂଚନା ଦେବା ପରେ ସେ ଇଞ୍ଜିନ ପଛକୁ ଫେରଇବା ପରେ ରହି ଯାଇଥିବା ବଗିଗୁଡ଼ିକୁ ପୁଣି ସଂଯୋଗ କରାଯାଇଥିଲା ଓ ରେଳଗାଡ଼ି ତା’ର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା ।