
କୋରେଇ – ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବ୍ରଜନଗର ଠାରେ ଆଜି ମଧ୍ୟାହ୍ନରେ ଭଦ୍ରକ ପଟୁ ଆସୁଥିବା ଏକ ଅଙ୍ଗୁର ବୋଝେଇ ଟାଟା ଏସି ସହକ୍ରୋମାଇଟ ବୋଝେଇ ଟ୍ରକ ଧକ୍କା ହେବା ଫଳରେ ଟାଟା ଏସିର ଚାଳକ ଗୁରୁତର ଆହତ ହୋଇଛି । ଘଟଣାସ୍ଥଳେ ପୁଲିସ ପହଂଚି ଗାଡି ଦୁଇଟିକୁ ଜବତ କରିବା ସହ ଆହତକୁ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିସôାଳୟକୁ ପଠାଇଛି । ପ୍ରକାଶ ଯେ ଭଦ୍ରକ ପଟୁ ଏକ ଅଙ୍ଗୁର ବୋଝେଇ ଟାଟା ଏସି (ଓଡି୦୫ଏଟି ୩୯୦୨) ଆସୁଥିବା ବେଳେ ପାଣିକୋଇଲି ପଟୁ ଯାଉଥିବା ଏକ କ୍ରୋମାଇଟ ବୋଝେଇ ଟ୍ରକ ( ଓଆର୦୪ସି ୬୬୭୩) ସହ ଧକ୍କା ହୋଇଥିଲା । ଫଳରେ ଟାଟା ଏସି ଚାଳକ ଢେ଼ଙ୍କାନାଳ ଜିଲ୍ଲା କୋରିଆ ତୋଳପଶି ଗ୍ରାମର ଶଶାଙ୍କ ଶେଖର ରାଉତଙ୍କ ପୁଅ ସାଗର(୨୨) ଆହତ ହୋଇଥିଲା । ଜାତୀୟ ରାଜପଥ କାମ ଚାଲିଥିବା ବେଳେ ବ୍ରଜନଗର ଠାରେ ଗୋଟିଏ ରାସ୍ତାରେ ଉଭୟ ପକ୍ଷର ଗାଡି ଯାତାୟତ କରୁଥିବାରୁ ଦୁର୍ଘଟଣା ଘଟିଥିଲା ।