
ମାଲକାନଗିରି, ପୁଣି ମାତିଲେ ମାଓବାଦୀ । ନୂଆବର୍ଷ ଆରମ୍ଭରୁ ପୋଲିସ ଇନଫର୍ମର ସନ୍ଦେହରେ ମୁଣ୍ଡ ନେଲା ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏହି ହିଂସା କାଣ୍ଡ ଘଟିଛି ।ସୂଚନା ଅନୁସାରେ, ବାସାଗୁଡ଼ା ଥାନା ତିମାପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ୫ରୁ ୬ଜଣ ସଶସ୍ତ୍ର ମାଓବାଦୀ ଆସି ହେମନ୍ତ ବଡ଼ି ନାମକ ଜଣେ ମାନସିକ ବିକାରଗ୍ରସ୍ତ ଗ୍ରାମବାସୀଙ୍କୁ ଘରୁ ଡ଼ାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଛନ୍ତି । ହତ୍ୟା ପରେ ମୃତଦେହ ନିକଟରେ ଏକ ଚିଠି ମଧ୍ୟ ଛାଡ଼ିଛନ୍ତି ।
ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏନେଇ ବିଜାପୁର ଏସପି କୋମଲ ଲୋଚନ କାଶ୍ୟପ ସୂଚନା ଦେଇଛନ୍ତି!