
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ୱର ପଚାଂୟତର ଘରଧରା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରଧରା ଗ୍ରାମର ପ୍ରଶାନ୍ତ ରଣା ନାମକ ୨୮ ବର୍ଷିୟ ଯୁବକ ଗ୍ରାମରେ ଦୀର୍ଘ ଦିନ ଧରି ଲାଗି ରହିଥିବା ପାନୀୟ ଜଳ ସମସ୍ୟାକୁ ନେଇ ଏବଂ ଗ୍ରାମରେ ଏକ ନଳକୂପ ଖନନ ପାଇଁ ଦାବି କରି ଗ୍ରାମରେ ଥିବା ଏକ ମୋବାଇଲ୍ ଟାୱାର ଉପରକୁ ଚଢ଼ିଯାଇ ଏହାର ପ୍ରତିବାଦ ଜଣାଇଥିଲେ । ଦୀର୍ଘ ୧ ଘଂଟାରୁ ଉର୍ଦ୍ଧ୍ୱ ସମୟ ଧରି ଟାୱାର ଉପରେ ରହି ଆତ୍ମହତ୍ୟାର ଧମକ ଦେଇଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ବୁଝାସୁଝା କରିବା ପରେ ସେ ମୋବାଇଲ୍ ଟାୱାରରୁ ତଳକୁ ଓହ୍ଲାଇଥିବା ସୂଚନା ମିଳିଛି ।