ପୁରୀ, ପୁରୀ ଜିଲ୍ଲା ଅରଖକୁଦା ମେରାଇନ୍ ଥାନା ଅନ୍ତର୍ଗତ ଅରଖକୁଦା ଲକ୍ଷ୍ମୀନାରାୟଣ ସାହିରେ ଆଜି ସକାଳେ ଘଟିଛି ବିସ୍ଫୋରଣ । ସେଠାରେ ଥିବା ଫାଇଭର ଡ଼ଙ୍ଗା ତିଆରି କାରଖାନା ଭିତରେ ଓଳାଉଥିବା ବେଳେ କେମିକାଲ ଡବା ପଡିଯିବାରୁ ତାହା ବିସ୍ଫୋରଣ ହୋଇଥିଲା । ଏହି କେମିକାଲ ବିସ୍ଫୋରଣ ଏତେ ଜୋରଦାର୍ ଥିଲା ଯେ, ଘରର ଆଜବେଷ୍ଟସ୍ ଭାଙ୍ଗିରୁଜି ଯାଇଥିବା ବେଳେ ରମେଶ ବେହେରା ନାମକ ଜଣେ ୩୫ ବର୍ଷିୟ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ରମେଶଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ପ୍ରକାଶ ଥାଉକି, ଗତ ଦୁଇ ବର୍ଷ ସମ୍ପୃକ୍ତ ଅଂଚଳରେ ଏହିପରି ଏକ ବିସ୍ଫୋରଣ ହୋଇଥିଲା ।