ବଲାଙ୍ଗିର, ଆଜି ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ପ୍ରାୟ ୨୫ ଜଣ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୋଜିଭାତ, ନ୍ୟୁଇଅର ସେଲିବ୍ରେସନକୁ ବାତିଲ୍ କରିଛନ୍ତି ରାଜ୍ୟ ସରକାର । ଏହାସତ୍ତ୍ୱେ ବଲାଙ୍ଗିର ଜିଲ୍ଲାରେ ଆମାନିଆ ମାନେ ବିଭିନ୍ନ ଜାଗାରେ ଭୋଜିଭାତ କରିଥିବା ଦେଖିବାକୁ ମିଲିଥିଲା । ଭୋଜିଭାତ କରି ମଦ ପିଇ, ବିଭିନ୍ନ ଜାଗାରେ ଦୁର୍ଘଟଣାର ଶିକାର ହୋଇ ପ୍ରାୟ ୨୦ ରୁ ଅଧିକ ବ୍ୟକ୍ତି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି ।
ପାଟଣାଗଡ଼ ରାସ୍ତାରେ ପିକ୍ଅପ ଭେନ ରାସ୍ତା ଉପରେ ଓଲାଟି ପଡ଼ିବାରୁ ୧୫ ଜଣ ବଙ୍ଗାଳୀ ଶ୍ରମିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ପୁଇଁନ୍ତଲା ଥାନା ବେହେରାପାଲି ଠାରେ ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ବରକାନୀ ଠାରେ ଟାଟା ଏସି ଓଲଟି ଦଶ ଜଣ ଗୁରତର ହୋଇଛନ୍ତି । ଠିକ ଏଭଳି ଜିଲ୍ଲାର ବିଭିନ୍ନ ଜାଗାରେ ଦୁର୍ଘଟଣା ଘଟି ୨୫ ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି । ଅନେକ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିବା ଖବର ମିଳିଛି ।