ଭୁବନେଶ୍ୱର, ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଓଡିଶା ସରକାରୀ ମହାବିଦ୍ୟାଳୟ ପ୍ରୟୋଗଶାଳା ସହାୟକ ତଥା ଭଣ୍ଡାରରକ୍ଷକ (ନିଯୁକ୍ତି ଓ ସେବା ସର୍ତ) ନିୟମାବଳୀ ୨୦୧୭ର ସଂଶୋଧନ ପ୍ରସ୍ତାବକୁ ମଂଜୁରୀ ମିଳିଛି । ବର୍ତମାନ ପ୍ରୟୋଗଶାଳା ସହାୟକ ତଥା ଭଣ୍ଡାରରକ୍ଷକ ପଦବୀରେ ନିଯୁକ୍ତି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା କରାଯିବ । ରାଜ୍ୟ ଚୟନ ବୋର୍ଡ ଏହି ପରୀକ୍ଷା କରିବ ଏବଂ କେଉଁଠି ଓ କେବେ ପରୀକ୍ଷା ହେବ ତାହା ବୋର୍ଡ ନିର୍ଦ୍ଧାରଣ କରିବ ।
ସେହିପରି ସରକାରୀ ମହାବିଦ୍ୟାଳୟ ଗୁଡିକରେ କନିଷ୍ଠ ଗ୍ରନ୍ଥାଗାରିକ ନିଯୁକ୍ତି ପାଇଁ ରାଜ୍ୟ ଚୟନ ବୋର୍ଡ ପ୍ରତିଯୋଗିତାମୂଳକ ପରୀକ୍ଷାର ଆୟୋଜନ କରିବ । ଏହା ବ୍ୟତୀତ ସରକାରୀ କଲେଜରେ ଶାରୀରିକ ଶିକ୍ଷା ଶିକ୍ଷକ ପଦବୀରେ ନିଯୁକ୍ତି ମଧ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ଦ୍ୱାରା କରାଯିବାକୁ କ୍ୟାବିନେଟ୍ ବୈଠକରେ ନିଷ୍ପତି ହୋଇଛି ।