
ଭୁବନେଶ୍ୱର, ରାଜ୍ୟରେ ଓମିକ୍ରନ ସଂକ୍ରମଣ ରୋକିବାପାଇଁ ସରକାରୀ କାର୍ଯ୍ୟାଳୟ ପାଇଁ ମଧ୍ୟ କରୋନା କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଚଳିତ ଥର ସରକାରୀ ଅଫିସରେ ଏକାଧିକ ଲୋକ ଯେପରି ଏକାଠି ନହେବେ ତାହା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଅଫିସରେ ମେଳି ନ କରିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି । ଏହାବାଦ୍ ସବୁଥର ଭଳି ଫୁଲ ଦେଇ ଶୁଭେଚ୍ଛା ଜଣାଇବା ଉପରେ କଟକଣା ଲଗାଇଛନ୍ତି ସରକାର । କେବଳ ଅନଲାଇନ ମାଧ୍ୟମରେ ନୂଆବର୍ଷ ଶୁଭେଚ୍ଛା ଜଣାଇବାକୁ ସରକାରୀ କର୍ମଚାରୀଙ୍କୁ କୁହାଯାଇଛି । ଏହାପୂର୍ବରୁ ସରକାରୀ ଅଫିସରେ ଫୁଲ ଓ ଫୁଲତୋଡ଼ା ଦେଇ ପରସ୍ପରକୁ ନୂଆବର୍ଷ ଶୁଭେଚ୍ଛା ଜଣାଉଥିବାର ଦେଖିବାକୁ ମିଳୁଥିଲା । କିନ୍ତୁ ଚଳିତଥର ଏସବୁ ଉପରେ କଟକଣା ଜାରି କରିଛନ୍ତି ସରକାର ।