ଦିଗପହଣ୍ଡି :ମୁଖ୍ୟମନ୍ତ୍ରୀ ଙ୍କ 5ଟି କୁ ଆଧାର କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲାର ଜନସାଧାରଣ ଙ୍କ ସହାୟତା ଏବଂ ରାଜସ୍ୱ ବିଭାଗର ବିଭିନ୍ନ କାଯ୍ୟକ୍ରମ ହାତ ପାହାନ୍ତାରେ ପହଞ୍ଚାଇବା ନିମନ୍ତେ ଜିଲ୍ଲାରେ ଆଜିଠାରୁ ଏକ ଅଭିନଵ ସମାଧାନ ଶିବିର ମୋ ଗାଁ ରେ ତହସିଲ ର ଶୁଭାରମ୍ଭ କରିଛନ୍ତି l ଦିଗପହଣ୍ଡି ତହସିଲ ଅନ୍ତ୍ରଗତ ସିଦ୍ଧହେଶ୍ୱର ଗ୍ରାମର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ମୋ ଗାଁ ରେ ତହସିଲ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା l ତହସିଲ କୁ ଯାଇପାରୁନଥିବା ଲୋକମାନଙ୍କ ପାଇଁ ଆରମ୍ଭ ହୋଇଯାଇଛି ଏହି କାଯ୍ୟକ୍ରମ l ଏହି କାଯ୍ୟକ୍ରମ ରେ ରେକର୍ଡ ସଂଖ୍ୟାକ ଭାବେ ବିଭିନ୍ନ ପଟ୍ଟା ପାଇବାରୁ ବଞ୍ଚିତ ଥିବା ହିତାଧିକାରୀ ନିଜ ପଟ୍ଟା ପାଇବାପାଇଁ ଆବେଦନ କରିଥିଲେ l କାଯ୍ୟକ୍ରମ ତହସିଲଦାର ଆଦିତ୍ୟ କୁମାର ସ୍ୱାଇଁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା l ସ୍ଥାନୀୟ ସରପଞ୍ଚ ଅନିତା ସ୍ୱାଇଁ, RI ଲିଲି କୁମାରୀ ଦାସ, ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର ଖଜୁର ଓ ପ୍ରଭାତୀ ମହାରଣା ସମେତ ଅନାନ୍ୟା କିରାଣୀ ଓ ସମସ୍ତ ତହସିଲ କାଯ୍ୟଳୟର କର୍ମଚାରୀମାନଙ୍କ ଉପସ୍ଥିତି ରେ ଦୀପ ପ୍ରଜ୍ୱଳନ କରି କାଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ହିତାଧିକାରୀ ମାନେ କିପରି କାଯ୍ୟକ୍ରମ ସମ୍ପର୍କ ରେ ଅମବଲମ୍ବିତ ଭାବେ ଅବଗତ ହେବେ ସେନେଇ ଉପସ୍ଥିତ ଅଧିକାରୀ ମାନଙ୍କୁ ସୂଚନା ଦେଇଥିଲେ l ରିପୋର୍ଟ ପ୍ରଫୁଲ ସାବତ
Related Stories
November 22, 2024