ଗଞ୍ଜାମ – ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସହଯୋଗୀ ନିରାକାର ନାୟକକୁ ଆଜି ବଡ଼ଗଡ଼ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ସେ ୨୦୧୧ ମସିହାରୁ ମାଓ ଆନ୍ଦୋଳନ ସହିତ ସାମିଲ୍ ଥିଲା । ନିରାକାର ନାମରେ ବିଭିନ୍ନ ଥାନାରେ ୪ଟି ଗୁରୁତର ଅପରାଧିକ ମାମଲା ରହିଥିବା ଜଣାପଡିଛି । ଆଜି ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ସେ ଗୌଡ଼ଗୋଠ ଠାରୁ ବଡ଼ଗଡ଼ ଆସିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ଉ କରି ତାକୁ ଗିରଫ କରିବାରେ ସଫଳ ହୋଇଥିଲା ।
Related Stories
December 2, 2024