ବଲାଙ୍ଗିର ,ବଲାଙ୍ଗିର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ରେ ଗ୍ରାହକ ସଚେତନତା ପକ୍ଷ ପାଳନ ଅବସରରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ତରଫରୁ ଏକ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଥିଲା। ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଭାରତୀ ନନ୍ଦ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରି ସଚେତନତା କାର୍ଯ୍ୟକ୍ରମ କୁ ସମସ୍ତ ଙ୍କୁ ସ୍ୱାଗତ୍ କରି ମହିଳାମାନେ ଖାଉଟି ରୂପେ ଘର ବାହାରେ ସମସ୍ତ ଦୈନନ୍ଦିନ କାମ କରୁଥିବା ଯୋଗୁଁ ସମସ୍ତ ଙ୍କୁ ସଚେତନତା ଆବଶ୍ୟକ ବୋଲି କହିଥିଲେ। ଅଧ୍ୟାପକ ତଥା ଗ୍ରାହକ ପଞ୍ଚାୟତ ର କାର୍ୟକାରୀ ସଦସ୍ୟ ଜୟ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ରେ ଦେଶରେ ସରକାର ଖାଉଟି ମାନଙ୍କ ପଇଁ ରଖିଥିବା ବ୍ୟବସ୍ତା ଓ ଏହାର ଉତ୍ପତ୍ତି ସମ୍ପର୍କରେ ଆଲୋଚନା କରି ଆଇନ୍ ବ୍ୟବସ୍ତା ର ଉପଯୋଗ କରିବା ପ୍ରଣାଳୀ ଉପରେ କହିଥିଲେ। ପଞ୍ଚାୟତ ର ସହ ସମ୍ପାଦକ ଶ୍ରୀମତୀ ମାଳତୀ ଉଦ୍ଗାତା ଝିଅ ମାନକୁ ତାଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର ରେ ସଚେତନତା କିପରି ଆବଶ୍ୟକତା ରହିଛି ତାହା କହିବା ସଙ୍ଗେ ସଙ୍ଗେ ଆଖି ବନ୍ଦକରି କୌଣସି କିଣା କିଣି ନକରି ଦେଖି ପରଖି ନେବାକୁ କହିଥିଲେ । ରାଜ୍ଯ ପ୍ରଚାର ପ୍ରସାର ପ୍ରମୁଖ ଇଞ୍ଜି. କିଶୋର ମୋହନ ମିଶ୍ର ପଞ୍ଚାୟତ ର କାର୍ୟ ପ୍ରଣାଳୀ ସମ୍ପର୍କରେ ସୂଚନା ଦେଇ ଆମେ କିପରି ବିଭିନ୍ନ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରି ପାରିବା ତାହା କହିବା ସହିତ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରତି ସଚେତନ ହେବା ତାହା କହିଥିଲେ। ଗ୍ରାହକ ପଞ୍ଚାୟତ ର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ ଏଥିରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସ୍କୁଲ ର ଶିକ୍ଷୟତ୍ରୀ ସୁଷମା ଉଦ୍ଗାତା ତାଙ୍କର ବକ୍ତବ୍ୟରେ ସମସ୍ତ ଙ୍କ ପାଇଁ ଉପାଦେୟ ଗ୍ରାହକ ବିଷୟରେ ସଚେତନତା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମିଲୁଛି ତେଣୁ ଏପରି କାର୍ଯ୍ୟକ୍ରମ ଆହୁରି ଅଧିକ ଛାତ୍ରୀ ଙ୍କୁ ନେଇ କଲେ ଭଲହେବ ବୋଲି କହିଥିଲେ। ପଞ୍ଚାୟତ ର କାର୍ୟକାରୀ ସଦସ୍ୟା ରଞ୍ଜିତା ମିଶ୍ର ଶେଷରେ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ମଝିରେ ପ୍ରିମିୟମ ବନ୍ଦ କରି ଦେଇଥିବା ବୀମା,ଗ୍ଯାସ ଦୁର୍ଘଟଣା, ବ୍ୟାଙ୍କ ଜମାଖାତା ATM ଇତ୍ୟାଦି ବୀମା ଅନ୍ତର୍ଭୁକ୍ତ ସେ କିପରି ଗ୍ରାହକ ପଞ୍ଚାୟତ ରେ ଯୋଗଦାନ ପରେ ଆର୍ଥିକ ସୁବିଧା ପାଇଲେ ତାହା କହିଥିଲେ । ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର କେବଳ ଦଶମ ଶ୍ରେଣୀ ର ଛାତ୍ରୀ ମାନଙ୍କ ସମେତ ଶିକ୍ଷୟତ୍ରୀ ମାନେ ଏଥିରେ ଯୋଗଦାନ କରିଥିଲେ।