ମାଉସୀମା ଛକ, ବଳଗଣ୍ଡି ପୁରି ଠାରେ, ଭଞ୍ଜ ସଂଗୀତ ଆସର ଅନୁଷ୍ଠିତ ହେଇଯାଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନା ରୁ ପାରମ୍ପରିକ ଛାନ୍ଦ ଚଉପଦୀ ଗୁଡିକୁ ଆନଂଦ ସଂଗୀତାୟନ, ଭଞ୍ଜନଗର ର କଳାକାର ମାନଙ୍କ ଦ୍ୱାରା ଚମତ୍କାର ଭାବେ ପତିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସଂସ୍କୃତି ବିକାଶ ସଂସଦ, ଭୁବନେଶ୍ୱର ଦ୍ୱାରା ଆୟୋଜିତ କରାଯାଇଥିଲା। ଗୁରୁ ଅଶୋକ ମହାପାତ୍ର ଙ୍କ ସଂଯୋଜନା ରେ ଭଞ୍ଜ ସଙ୍ଗୀତ ଗାନ କରିଥିବା କଳାକାର ମାନେ ହେଲେ, ସ୍ନିଗ୍ଧା ରାଣୀ ଗୌଡ଼, ରଶ୍ମିତା ଭୂୟାଁ, ଦୀପ୍ତନ୍ସୁ ଦେବୀ, ସୁଧାଂଶୁ ରାଣୀ ଜେନା, ଚିନ୍ମୟୀ ଗୌଡ଼, ବାଦ୍ୟଯନ୍ତ୍ର ରେ ଥିଲେ ହର୍ମୋନିଅମ -ଗୁରୁ ଅଶୋକ ମହାପାତ୍ର, ମର୍ଦ୍ଧାଳ -ଅଭିଷେକ ମହାପାତ୍ର, ମଂଜିରା – ଗୁରୁଚରଣ ପ୍ରଧାନ। କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ , ଶ୍ରୀ ଭରତ ନାଏକ, ଅଭିନେତା ଓ ନିର୍ଧେଶକ, ଶ୍ରୀ ଚକ୍ରଧର ମହାପାତ୍ର, ସମାଜସେବୀ, ଶ୍ରୀ ଦୟା ତ୍ରିପାଠୀ, ଜଗନ୍ନାଥ ସଂସ୍କୃତି ଗବେଷକ, ଶ୍ରୀ ବିଶ୍ୱନାଥ ମିଶ୍ର, ଏବଂ ଆଞ୍ଚଳିକ ସଂଯୋଜକ ଥିଲେ ବରିଷ୍ଠ ଅଭିନେତା ଓ ନିର୍ଦ୍ଦେଶକ ଶ୍ରୀ ରବି ତ୍ରିପାଠୀ।
ନୂତନ ପିଢ଼ି ପାଖରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପୁରାତନ ବଳିଷ୍ଠ ଗୀତ ଓ ସାହିତ୍ୟିକ କୃତିକୁ ଆଦୃତ କରିବା ଉଧେଶ୍ୟ ରେ ପ୍ରତ୍ୟେକ ମାସରେ ବର୍ଷ ତମାମ ଭଂଜ ସଙ୍ଗୀତ ପରିବେଷଣ କରାଯାଇଥାଏ।