
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ଆଜି ପୂର୍ବାହ୍ନ ଏଗାରଟା ସମୟରେ ନିଜ ବାସଭବନରେ ପୂର୍ବତନ ଜିଲାପରିଷଦ ସଭ୍ୟ ଭଜରାମ ପଲେଇଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା ।
ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବହୁ ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ସେ ନରେନ୍ଦ୍ରପୁର ପଂଚାୟତରୁ ତିନିଥର ସରପଂଚ ଓ ଶେରଗଡ ବ୍ଲକରୁ ଥରେ କଂଗ୍ରେସ ଟିକଟରେ ଜିଲାପରିଷଦ ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ । ଭଜରାମଙ୍କ ବିୟୋଗରେ ଶେରଗଡ଼ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।