ଭବାନୀପାଟଣା, ଆଜି ଶକ୍ତି ଟିଭି ର ରାଜ୍ୟସ୍ତରୀୟ ଉତ୍ସବ ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି । ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଭବାନୀପାଟଣା ବିଧାୟକ ଦୁଷ୍ମନ୍ତ ନାଏକ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସମ୍ପାଦକ ଶକ୍ତି ଟିଭି କୃଷ୍ଣଚନ୍ଦ୍ର ସେଠି, ବାବୁ ରାମ କୁମାର ସେନାପତି ଜିଲ୍ଲା ପ୍ରତିନିଧି, ଖିରୋଦ ମଙ୍ଗରାଜ, ଜୟକୃଷ୍ଣ ବେହେରା ସମେତ ଓଡିଶାରୁ ଆସିଥିବା ଶକ୍ତି ଟିଭି ପରିବାର ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ନାଏକ ଏହାର ଉଦଘାଟନ କରିଥିଲେ । ପରେ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ସହ ଉତ୍ତରୀୟ ପ୍ରଦାନ କରାଯାଇଥିଲା । କଳାହାଣ୍ଡିର ଇଷ୍ଟ ଦେବୀ ମା ମାଣିକେଶ୍ବରୀଙ୍କ ପୂଜା ଓ ଦିପ ପ୍ରଜ୍ୱଳନ କରିବା ପରେ କଳାହାଣ୍ଡିର ସ୍ୱର୍ଗତ ସାମ୍ବାଦିକ ଅସଲନ ଖାଁ ଙ୍କ ଆତ୍ମାର ସଦଗତି କାମନା କରି ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଜାତୀୟ ସଂଗୀତ ଗାନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଦିପ କୁମାର ଦାସ, ଢେଙ୍କାନାଳ ପ୍ରତିନିଧି ସଭାପରିଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲା ପ୍ରତିନିଧି ଓ ବିଭିନ୍ନ ବର୍ଗର କରୋନା ଯୋଦ୍ଧା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।
Related Stories
May 16, 2024