ନୂଆପଡ଼ା, ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚିନ୍ଦାଗୁଡା ଗ୍ରାମ ଠାରେ ଆଠ ଦିନ ଧରି ଅନୁଷ୍ଠିତ ହୋଇ ଆସିଥିବା ଷଷ୍ଠ ତମ ଭଗବାନ ଦୁରିଆ କ୍ରିକେଟ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଆଜିର ଉଦଯାପନୀ ମ୍ୟାଚ ନେହେନା ଦଳ ଚମ୍ପିୟାନ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ୧୬ ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚ ନେହେନା ଓ ଠକପାଲି ମଧ୍ୟରେ ୧୬ ଓଭର ବିଶିଷ୍ଟ ଅନୁଷ୍ଠିତ ହୋଇଥିଲା । ଠକପାଲି ପ୍ରଥମେ ବ୍ୟାଟିଂ କରି ୧୫. ୦୪ ଓଭରରେ ୮୩ ରନ ସଂଗ୍ରହ କରିଥିବା ବେଳେ ନେହେନା ଦଳ ପିଛା କରି ୧୩.୦୨ ଓଭରରେ ପାଞ୍ଚ ୱିକେଟରେ ବିଜୟୀ ହୋଇଛି । ବିଜୟୀ ନେହେନା ଦଳକୁ ୩୦,୦୦୦ ହଜାର ଟଙ୍କା ଓ ଉପବିଜେତାକୁ ୨୦,୦୦୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ । ମେନ ଅଫ ଦ ମ୍ୟାଚ ଗୁଡୁ ଦଣ୍ଡସେନା ନେହେନା ପାଇଁ ହୋଇଥିବା ବେଳେ, ମେନ ଅଫ ଦ ସିରିଜ ଦୀପକ ଠକପାଲିର ପାଇଥିଲେ । ଖେଳ ପରିଚାଳନା କରିଥିଲେ ସୁଶାନ୍ତ ଜଗତ ଓ ବସନ୍ତ ଶବର । ସ୍କେ।ରର ରାଜେଶ ବିଶି, ଧାରା ବିବରଣୀ ପ୍ରଦାନ କରିଥିଲେ ଥବିର ଦୀପ ଓ ସରନ୍ସ ଦୁରିଆ । ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ର ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସମ୍ମାନୀତ ଅତିଥି ଡବ୍ଲୁ ଓ ଡି ସି ସଦସ୍ୟ ଲମ୍ବୋଦର ନିଆଲ, ଜିଲ୍ଲା ସାଧାରଣ ସମ୍ପାଦକ ଦିନେଶ ତିୱାରୀ, ଦିଲୀପ ଦୁରିଆ, ସରପଞ୍ଚ ଈଶ୍ୱରୀ ବିଶି, ସନ୍ତୋଷ ବିଶି, କରନ ଦୁରିଆ ମଞ୍ଚାସନ ଥିଲେ । ଆୟୋଜନ କରିଥିଲେ ଭଗବାନ ଦୁରିଆ ସ୍ମାରକୀ କ୍ରିକେଟ ସଭାପତି କ୍ଷେତ୍ରମୋହନ ଦୁରିଆ ଓ ଜ୍ୟୋତି ପ୍ରକାଶ ମାଝୀ, ପ୍ରଦୀପ ବାଗ, କେଶରୀ ମାଝୀ, ଚୁମନ ବାଗ, ରୋଶନ ପ୍ରଧାନୀ, ହରେକୃଷ୍ଣ ବାରିକ ଓ ସମସ୍ତ ଗ୍ରାମ ବସି ସହଯୋଗ କରିଥିଲେ ।