ବଲାଙ୍ଗିର,ବଲାଙ୍ଗୀର ହରିଶଙ୍କର ଠାରେ ଥିବା ଏକମାତ୍ର ହରିଣ ପାର୍କ୍ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କର ଗତ 5 ମାସ ହେଲା ଦରମା ମିଳିନାହିଁ ତେଣୁ ସେମାନେ କାର୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ସେମାନେ ଅସୁବିଧା ରେ ପରିବାର ଚଳାଇବାକୁ ଧାର ଉଧାର୍ କରି କାଳାତିପାତ କରୁଛନ୍ତି। ଏଠାରେ ଥିବା ହରିଣ ମାନକୁ ଖାଇବାକୁ ଦେବା ଓ ହରିଣ ସେବା ଯତ୍ନ କରିବା ଏହି 15 କର୍ମଚାରୀ କରିଥାନ୍ତି। ଅନ୍ୟ ପଟେ ସେମାନେ ପେଟ ରେ ଓଦା କନା ଦେଇ ରହି କାମ କରୁଥିଲେ ମଧ୍ୟ ବାରମ୍ବାର ଖପ୍ରାଖୋଲ ରେଞ୍ଜର ଙ୍କୁ ଦରମା ପାଇଁ ଗୁହାରି କରି ଥିବା ବେଳେ ଦରମା ଦିଆ ଯାଇନାହିଁ ସେମାନଂକୁ ଓଲଟା ଚାକିରି ରୁ ତଡି ଦେବା କୁ ଧାମକ ମିଲୁଛି ବୋଲି କର୍ମଚାରୀ ମାନେ ପ୍ରକାଶ କରିଛନ୍ତି। ଉପରୁ ଟଙ୍କା ମିଳିନାହିଁ ତେଣୁ 5 ମାସ ହେଲା ଦରମା ମିଳିନାହିଁ ବୋଲି ରେଞ୍ଜର କହିଥିଲେ , 7 ଦିନ ଭିତରେ କର୍ମଚାରୀ ଙ୍କ ଦରମା ର ବ୍ୟବସ୍ଥା ହେଉଛି କାହାକୁ ବହିଷ୍କାର କରାଯାଇ ନାହିଁ, ତାଙ୍କର କଥା ବୁଝା ଯାଉଥିବା ରୁ ସେମାନେ ସହଯୋଗ କରିବାକୁ ସେ କହିଛନ୍ତି।