
-
ଅପରାହ୍ନ ୪ଟା ଠାରୁ ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ, ଆଜି ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଶ୍ରୀମୁଖ ଶୃଙ୍ଗାର ଅର୍ଥାତ୍ ବନକଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ଏହି ଗୁପ୍ତ ସେବା ଆରମ୍ଭ ହେବ । ଏଥିପାଇଁ ଅପରାହ୍ନ ୪ଟା ଠାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।
ପ୍ରତି ମାସରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର ନୀତି ଅନୁଷ୍ଠିତ ହୋଇଥାଏ । ଦତ ମହାପାତ୍ର ଓ ସିଂହାରୀ ସେବକମାନେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ସମାପନ କରିବେ । ସେଥିପାଇଁ ଗର୍ଭ ଗୃହର ଦ୍ୱାର ବନ୍ଦ ରହିବ । ବନକଲାଗି ପରେ ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ । ମହାସ୍ନାନ ପରେ ଭକ୍ତ ମାନେ ଶ୍ରୀ ବିଗ୍ରହ ମାନଙ୍କ ଦର୍ଶନ କରିପାରିବେ ।