
ଭଦ୍ରକ – ଭଦ୍ରକ ଉରବାହିନୀ ସ୍ଥିତ ସାଳନ୍ଦୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରେ ଲୌହ ମାନବ ସଦ୍ର୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଉପଲକ୍ଷେ ‘ରାଷ୍ଟ୍ରୀୟ ଏକତା ଦିବସ’ ଜାତୀୟ ସେବା ସଂସ୍ଥା ଦ୍ବାରା ପାଳିିତ ହୋଇଯାଇଛି। ଏହି ଉସôବକୁ ବିଦ୍ୟାଳୟର ଅଧ୍ଯକ୍ଷ ପ୍ରାଧ୍ଯାପକ ହେମନ୍ତ କୁମାର ସ୍ବାଇଁ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ପୋଗ୍ରାମ ଅଫିସର ପ୍ରାଧ୍ଯାପକ ବିଜୟ କୁମାର ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ଉସôବରେ ବିଦ୍ୟାଳୟର ପ୍ରାଧ୍ଯାପିକା ମିନତୀ ରାଉତ, ସଚିଦାନନ୍ଦ ପାଣିଗ୍ରାହୀ, ଅଧ୍ଯାପିକା ମଧୁମିତା ସ୍ବାଇଁ, ଅଧ୍ଯାପକ ଶୁଭକାନ୍ତ କୁଅଁର, ଶୁଭାଶିଷ ଭଟ୍ଟାଚାର୍ଯ୍ୟ, ରବିନ୍ଦ୍ର କୁମାର ପାଢୀ, ଅସିତ୍ ସାମଲ, ରବାନୀ ଖାଁ ଓ ସୁବାଷ ସାମଲ ପ୍ରମୁଖ ଅଂଶଗ୍ରହଣ କରି ରାଷ୍ଟ୍ରୀୟ ଏକତା ଉପରେ ଗୁରୁତ୍ବାରୋପ କରିଥିଲେ। ଏଥି ଉପଲକ୍ଷେ ଆୟୋଜିତ ରଚନା, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିେଯାଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ଯରୁ କୃତୀ ପ୍ରତିେଯାଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଅମର ପରିଡା, ପ୍ରଭାତ ପ୍ରଧାନ ପ୍ରମୁଖ ସହେଯାଗ କରିଥିଲେ।