
ଭୁବନେଶ୍ୱର, ବରିଷ୍ଠ ଆଇପିଏସ ସୁନୀଲ ବଂଶଲ ହେବେ ଓଡିଶାର ନୂଆ ପୋଲିସ୍ ମହାନିର୍ଦ୍ଦେଶକ । ଏନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ରୀୟ ଡେପୁଟେସନ୍ ରେ ଥିବା ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ ସୁନୀଲ ବଂଶଲ ନୂଆ ବର୍ଷରେ ଦାୟିତ୍ୱ ଗ୍ରହଣ କରିବେ । ବର୍ତମାନ ସେ ଦିଲ୍ଲୀ ଠାରେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି ।
ଓଡ଼ିଶା ପୋଲିସ୍ ପକ୍ଷରୁ ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ନୂଆ ଡିଜିପି ଭାବେ ବଂଶଲଙ୍କୁ ସ୍ୱାଗତ କରାଯିବା ସହ ତାଙ୍କ ନେତୃତ୍ୱରେ କାମ କରିବାକୁ ଓଡ଼ିଶା ପୋଲିସ୍ ଉତ୍ସାହିତ ଥିବା ଟ୍ୱିଟ କରାଯାଇଛି ।
ବର୍ତମାନର ଡିଜିପି ଅଭୟ ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରିବେ । ଅଭୟଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁନ ମାସରେ ଶେଷ ହେଉଥିଲା, ହେଲେ ପରେ ଏହାକୁ ୬ ମାସ ବୃଦ୍ଧି କରାଯାଇଥିଲା । ଅଭୟଙ୍କ ପରେ କିଏ ପରବର୍ତୀ ଡିଜିପି ରେସ୍ ରେ ପ୍ରଦୀପ କପୁର, ମନୋଜ ଛାବ୍ରା, ସୁନୀଲ ବଂଶଲ ଓ ସନ୍ତୋଷ ଉପାଧ୍ୟାୟଙ୍କ ନାଁ ରହିଥିଲା ।