ଭଦ୍ରକ – ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ଆଦାନୀ ଫାଉଣ୍ଡେସନର ବିଭିନ୍ନ କାର୍ଯ୍ୟକ୍ରମ ଭଦ୍ରକ ଜିଲାର ବହୁ ବିଦ୍ୟାଳୟରେ କରାଯାଉଅଛି ା ଏହି କ୍ରମରେ ଭଦ୍ରକସ୍ଥିତ ବୀଣାପାଣି –ହେଲେନ କେଲର ସ୍ପେଶାଲ ବିଦ୍ୟାଳୟର ୯୦ ରୁ ଊଦ୍ଧ୍ର୍ବ ଦିବ୍ୟାଙ୍ଗ ଛାତ୍ରୀ ଆଜି ଧାମରା ବନ୍ଦର ପରିଦର୍ଶନରେ ଆସିଥିଲେ ା ଏହି ଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷକମାନେ ବିଭିନ୍ନ ଶୈଳୀ ମାଧ୍ଯମରେ ପୋର୍ଟ ପରିଚାଳନା ସମ୍ବନ୍ଧରେ ବୁଝାଇଥିଲେ ା ଧାମରା ପୋର୍ଟରେ ଲାଗୁଥିବା ବୃହକାୟ ଜାହାଜଗୁଡ଼ିକୁ ଦେଖି ଛାତ୍ରୀମାନେ ଉତ୍ସାହିତ ହେବା ସହ ସେଠାରେ ଥିବା ଅଫିସରମାନଙ୍କୁ ସାଧୁବାଦ ଜଣାଇଥିଲେ ା ପରିଦର୍ଶନ ପରେ ପୋର୍ଟ ପରିସରସ୍ଥ କମୁ୍ୟନିଟୀ ହଲଠାରେ ପୋର୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ ଛାତ୍ରୀ ଓ ବିଦ୍ୟାଳୟର ଶିକ୍ଷକମାନଙ୍କୁ ସ୍ବାଗତ କରିବା ସେଙ୍ଗ ସେଙ୍ଗ ସେମାନଙ୍କ ସହ ପ୍ରେରଣାପ୍ରଦ ବାର୍ାଳାପ କରିଥିଲେ ା ଏହି ସ୍ବତନ୍ର ଛାତ୍ରୀମାନେ ସଙ୍ଗୀତ ପରିବେଷଣ କରିଥିଲେ ଯାହା ଉପସ୍ଥିତ ଶ୍ରୋତାମାନଙ୍କୁ ବିମୁଗ୍ଧ କରିଥିଲା ା ସୂଚନାେଯାଗ୍ୟ, ଆଦାନୀ ଫାଉଣ୍ଡେସନର ଏହି ‘ଉଡ଼ାନ’ କାର୍ଯ୍ୟକ୍ରମ ଭାରତର ୧୩ ଟି ରାଜ୍ୟରେ ଚାଲୁଅଛି ା ଏହି କାର୍ଯ୍ୟକ୍ରମ ଦ୍ବାରା ଶିକ୍ଷାଦାନ ବିଦ୍ୟାଳୟ ପରିସର ଭିତରେ ସିମୀତ ନ ରହି ବାସ୍ତବିକ ଜ୍ଞାନ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ା ଏହି ଉଡ଼ାନ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ୬,୦୦୦ ରୁ ଊଦ୍ଧ୍ର୍ବ ଛାତ୍ରଛାତ୍ରୀ ବନ୍ଦର ପରିଦର୍ଶନ କରିଥିବା ବେଳେ ଚଳିତବର୍ଷ ୧,୩୦୦ ରୁ ଊଦ୍ଧ୍ର୍ବ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିଛନ୍ତି ା
Related Stories
November 25, 2024