ଗଂଜାମ – ଶେରଗଡ଼ ବ୍ଲକ କୁମାରପାଣି ଗ୍ରାମର ଦେବରାଜ ପ୍ରଧାନଙ୍କ ପୁଅ ଆଦିତ୍ୟ ପ୍ରଧାନ (୨୫) ସୁରତ ସୂତା କଳରେ କାମ କରୁଥିଲେ । ସେଠାରେ ଜ୍ୱର ହେବା ଏବଂ ଭଲ ନ ହେବାରୁ ରକ୍ତ ନମୁନା ପରୀକ୍ଷାରୁ ଡେଙ୍ଗୁ ପଜେଟିଭ ବାହାରିଥିଲା । ସେ ଦୁଇ ଦିନ ପୂର୍ବେ ରୋଗାକ୍ରାନ୍ତ ହୋଇ ଘରକୁ ଟ୍ରେନରେ ଫେରୁଥିବା ବେଳେ ଟ୍ରେନରେ ଟିଟିଲାଗଡ଼ ନିକଟରେ ମୃତୁ୍ୟ ହୋଇଥିଲା । ଟିଟିଲାଗଡ଼ ଜି.ଆର.ପି ଏ ସଂକ୍ରାନ୍ତରେ ଆଜି ତାର ପରିବାରକୁ ଜଣାଇବା ପରେ ତାର ପରିବାର ଲୋକେ ଟିଟିଲାଗଡ଼ ଯାଇ ଶବକୁ ଗାଁକୁ ଆଣିଥିଲେ । ଏହି ଘଟଣାରେ ଶେରଗଡ଼ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
Related Stories
November 25, 2024