ମାଲକାନଗିରି,ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ର ଆମ୍ବାଗୁଡା ସହିଦ ତାମା ଦୋରା ଆଦିବାସୀ କ୍ଲବ ତରଫରୁ ପ୍ରଥମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତା ସଂଗ୍ରାମୀ ତାମା ଦୋରାଙ୍କ ନାମରେ ନାମିତ ଆଦିବାସୀ କ୍ଲବ ନୂତନ ଭାବରେ ୨0୨0 ମସିହା ଆଜିର ଦିନରେ ଗଠନ କରାଯାଇଥିଲା । ତାମା ଦୋରା ଆଦିବାସୀ କ୍ଲବ ସଭାପତି ଗଙ୍ଗାଧର ସୋଢ଼ିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢ଼ି, ଆଇନଜୀବି ଭୂଦେଵ ମହନନ୍ଦିଆ, ଆଇନଜୀବି ଲମ୍ବୋଦର ତୁରୁକ ,କୋୟା ସମାଜ ସଭାପତି କୃଷ୍ଣ ବୁରୁଦା, ଆଦିବାସୀ ନେତା ଘନଶ୍ୟାମ ମାଡକାମୀ, ମୁନି କବାସୀ, ଅମ୍ବାଗୁଡା ପେଦା ପଡିଆ ମାଢି, ଚାଷୀ ନେତା ସୋନୁ ଅନୁଗୁ, ସାଂସଦ ପ୍ରତିନିଧି ବି.କାମେଶ୍ୱର ରାଓ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦେଶା କାମରମ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ତାମା ଦୋରାଙ୍କ ଜିବନୀ ଉପରେ ଆଲୋକପାତ କରିବା ସହ କ୍ଲବ ଗଠନର ଆବଶ୍ୟକତା ଉପରେ କହିଥିଲେ । ଏହି ସଭାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ଯୋଗଦେଇଥିଲେ ।