-
ପାନିୟ ଜଳ ଯୋଗାଣ ବନ୍ଦ, ଲୋକେ ଡହଳ ବିକଳ
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଗୁରୁଯୁଙ୍ଗ ପଂଚାୟତରେ ଗ୍ରାମୀଣ ଜଳଯୋଗାଣ କାର୍ଯ୍ୟକ୍ରମ ବସୁଧା ମାଧ୍ୟମରେ ଗ୍ରାମର ପାଞ୍ଚ ଗୋଟି ଗ୍ରାମରୁ ଗୁରୁଯୁଙ୍ଗ, ଡଙ୍ଗାପଖନ, କର୍ଲାପିଟା ଗ୍ରାମକୁ ପାନୀୟ ଜଳ ଯୋଗାଉଥିବା ବେଳେ ପ୍ରାୟ ୨-୩ ମାସ ହେବ ଘରକୁ ଘର ପିଇବା ପାଣି ଯୋଗାଇବା ପାଇଁ ନୂଆ କରି ପାଇପ୍ ପୋତା ଯାଉଛି । କିନ୍ତୁ, ଏହି କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଥିବାରୁ ଗ୍ରାମକୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଫଳରେ ପାନୀୟ ଜଳ ପାଇଁ ବୃଦ୍ଧ ବୃଦ୍ଧାଙ୍କ ଠାରୁ ଆରମ୍ଭ କରି ଗର୍ଭବତୀ, ପ୍ରସୂତି ମା, ଶିଶୁ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଚାଲୁଥିବା ବସୁଧା ପାଣି ଯୋଗାଣ ଠିକ୍ ଥିଲେ ମଧ୍ୟ ଏହି ପାଣି ଯୋଗାଣ ପାଇପ୍ ପୋତାକୁ ମଉକା ଦେଖି ଚଉକା ମାରିବା ଭଳି ଗ୍ରାମୀଣ ଜଳ ଯୋଗାଣକୁ ଧ୍ୟାନ ଦେଉନାହାନ୍ତି, ବର୍ତ୍ତମାନ ଏହି ପାଇପ୍ ପୋତା କାର୍ଯ୍ୟ ଅତ୍ୟନ୍ତ ଧିର ଓ ମନ୍ଥର ଗତିରେ ଚାଲିଛି । ଏହା କେତେ ବିଳମ୍ବ ହେବ ତାହା ମଧ୍ୟ କହିବା ମୁସ୍କିଲ । ଏଣୁ, ଯଥା ଶୀଘ୍ର ସମ୍ପୃକ୍ତ ବିଭାଗ, ପ୍ରଶାସନ ଏ ଦିଗରେ ଧ୍ୟାନ ଦେଇ ଗ୍ରାମୀଣ ଜଳ ଯୋଗାଣକୁ ଚାଲୁ କରିବାକୁ ସାଧାରଣରେ ଦାବି ହେଉଛି ।