ବ୍ରହ୍ମପୁର:ଗତ ମଙ୍ଗଳବାର ଦିନ ତରାତାରିଣୀ ପିଠରେ ଗଞ୍ଜାମ ଓ ଗଜପତି ଜିଲ୍ଲା ସମବାୟବିତ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା l ସେଥିରେ ସର୍ବ ସମ୍ମତି କ୍ରମେ ଏକ କମିଟି ଗଠନ କରି ବିଭିନ୍ନ ପଦ ପଦବୀ ଚୟନ କରାଯାଇଥିଲା l ଆଜି ଉକ୍ତ କମିଟି ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କୁ ଭେଟିଥିଲେ ଏବଂ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ନବ ନିଯୁକ୍ତ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l
ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିନସ୍ତ ସମସ୍ତ ସମବାୟ ସମିତି କିପରି ଅର୍ଥନୀତିକ ଉନ୍ନତି ଓ ସମସ୍ତ ଗ୍ରାମାଞ୍ଚଳରେ ଏକ ନୂତନ ଦିଗ ପ୍ରସାର ଉପରେ ସମବାୟବିତ ମାନେ ଗୁରୁତ୍ଵ ଦିଅନ୍ତୁ l ଯାହା ଫଳରେ ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ଧ୍ୟାନ ଦିଆଯାଉ ଏବଂ ସାଧାରଣ ଲୋକଙ୍କ ସହ ଚାଷୀ ମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ଶୃଦୃଢ଼ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆହ୍ଵାନ କୁ ସଫଳ କରନ୍ତୁ ବୋଲି ଜିଲ୍ଲା ବିଜେଡି ସଭାପତି ସମବାୟବିତର ପଦ ପଦବୀ ଙ୍କୁ ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ l ପରେ ପରେ କମିଟି ବୃନ୍ଦ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ପାଢି ଙ୍କ ଅକାଳ ବିୟୋଗ ରେ ତାଙ୍କ ପରିବାର କୁ ଭେଟି ସମବେଦନା ଜ୍ଞାପନ କରିଥିଲେ ପରିଶେଷରେ ପୂର୍ବତନ ବ୍ଳକ ସଭାପତି ତଥା ବିଜେଡି ନେତା ସନ୍ୟାସୀ ଜେନା ଙ୍କ ପିତା ବିଜୁଳି ଜେନା ଙ୍କ ଅକାଳ ବିୟୋଗ ରେ ତାଙ୍କ ପରିବାର କୁ ସମବେଦନା ଜଣାଇଥିଲେ l ଆଜିର ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ଗଞ୍ଜାମ ଓ ଗଜପତି ଜିଲ୍ଲା ର ସମବାୟବିତ କମିଟି ର ସଭାପତି ସୂର୍ଯ୍ୟ କାନ୍ତ ପରିଡା, ଉପ ସଭାପତି କୈଳାଶ ରଣା,ସାଧାରଣ ସମ୍ପାଦକ ସନାତନ ସଂଗ୍ରାମ ସିଂ ଉପଦେଷ୍ଟା ସିମାଞ୍ଚଳ ପାଢି,ସାଧାରଣ ସମ୍ପାଦକ ଅଜୟ ମହାରଣା,ମସିହାଖାଲି ଗ୍ରାମ ର ପୂର୍ବତନ ସମିତି ସଭ୍ୟ ନୃସିଂହ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l
Related Stories
May 14, 2024