
ମାଲକାନଗିରି,ମାଲକାନଗିରି ଜିଲ୍ଲା ଏମଭି ୭ ୯ ଥାନା ଅନ୍ତର୍ଗତ ଟିଗଲ ପଞ୍ଚାୟତ ଅନ୍ତର୍ଗତ ତାମନପାଲି ଗ୍ରାମରେ ପୋଖରୀରେ ବୁଡି ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ହୋଇଛି!ମିଳିଥିବା ସୂଚନା ଅନୁସାରେ ତାମନପାଲି ଗ୍ରାମର ମୁନା ମାଡକାମୀ ଓ ତାଙ୍କ ସ୍ତ୍ରୀ ବର୍ଷା ହୋଉଥିବାରୁ ଜମି କୁ ଧାନ କାଟିବାକୁ ଘରେ ୧ ୨ ବର୍ଷର ଝିଅ ଗୌରୀ ପାଖରେ ୫ ବର୍ଷର ପୁଅ ରବୀନ୍ଦ୍ର କୁ ଛାଡିଯାଇଥିଲେ!ଭାଇ ଗାଁ ପିଲାଙ୍କ ସହ ଘର ପାଖରେ ଖେଳୁ ଥିବା ଦେଖି ଗୌରୀ ଘର ଠାରୁ କିଛି ଦୂରରେ ଥିବା ପୋଖରୀକୁ ଗାଧୋଇବାକୁ ଚାଲିଯାଇଥିଲା!ଖେଳିସାରିବା ପରେ ରବୀନ୍ଦ୍ର ଭଉଣୀ କୁ ଖୋଜିବା ପାଇଁ ଯାଇ ପୋଖରୀରେ ବୁଡି ଯାଇଥିଲା!ଏହା ଦେଖି ଗାଁ ଲୋକ ବାପା ମୁନା କୁ ଖବର ଦେଇ ପାଣିରୁ ରବୀନ୍ଦ୍ର କୁ ଉଦ୍ଧାର କରିଥିଲେ!ଗୁରୁତର ଅବସ୍ଥାରେ ତାକୁ ମେଡିକାଲ କୁ ଆଣିବା ବେଳେ ସେ ମୃତ୍ୟୁ ବରଣ କରିଥିଲା!ଖବର ପାଇଁ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ!