ନୂଆପଡା, ଓଡିଶା ରାଜ୍ୟ ଡ୍ରାଇଭର ମହାସଂଘ ୧୦ ଦଫା ଦାବୀ ପୁରଣ ନେଇ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଥିଲେ । ଏଥିପାଇଁ ଆନ୍ଦୋଳନ ଜାରୀ ରଖିଥିଲା ଡ୍ରାଇଭର ମହାସଂଘ । ଶନିବାର ରାଜ୍ୟ ସରକାରଙ୍କ ତରଫରୁ ଡ୍ରାଇଭର ମହାସଂଘ ଦେଇଥିବା ୧୦ ଦଫା ଦାବୀ ମଧ୍ୟରୁ ପ୍ରମୁଖ ୫ ଗୋଟି ଦଫା ପୁରଣ ନେଇ ପ୍ରତିଶୃତି ଦେଇଛନ୍ତି । ପ୍ରମୁଖ ଦାବୀ ଡ୍ରାଇଭରଙ୍କୁ ବୀମାଭୁକ୍ତ କରାଯାଇ ଦୁର୍ଘଟଣାର ଶିକାର ହେଇ ଶାରିରୀକ ଅକ୍ଷମ ହେଲେ ଅଥବା ମୃତ୍ୟୁବରଣ କଲେ ପୀଡିତାର ପରିବାରକୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା କରାଯାଉ । ଏହି ଦାବୀ ସମେତ ଅନ୍ୟ ୪ ଗୋଟି ଦାବୀ ପୁରଣ କରାଯିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯିବା ପରେ ସିନାପାଲି ବ୍ଲକ ଡ୍ରାଇଭର ମହାସଂଘ ତରଫରୁ ସିନାପାଲି ନିର୍ମାଲ୍ୟକ୍ଷେତ୍ର ଠାକୁରାଣୀ ମନ୍ଦିର ସମ୍ମୁଖରେ ବିଜୟ ଦିବସ ଉତ୍ସବ ପାଳନ କରିବା ସହ ଦାବୀ ପୁରଣ କରିଥିବାରୁ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ। ଏହାସହ ଡ୍ରାଇଭର ସଂଘର ତ୍ରିଲୋଚନ ବାଗ, ଭୀଷ୍ମ ବାଗ, ଗୋବିନ୍ଦ ବାଗ, ଗଗନ ଖଣ୍ଡାୟତ, ଉପେନ୍ଦ୍ର ପ୍ରଧାନ, ପର୍ଶୁ ବାଗ, କିଶୋର ବାଗ, ଆନନ୍ଦ ଦାସ, ପରମେ ମାଝୀ, ପ୍ରଫୁଲ୍ଲ ସ।, ମିନିକେତନ୍ ଦଣ୍ଡସେନା, ପୁସ୍ତମ ସ।, ଦଶରଥ ନିଆଲ, କୁମାରମନି ଭୋଇ, ସତ୍ୟ ତାଣ୍ଡି ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଡ୍ରାଇଭର ଏକତ୍ରିତ ହେଇ ବିଜୟ ଉତ୍ସବ ପାଳନ କରିବା ସହ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।