
ଭଞ୍ଜନଗର- ଆଜି ଦିନ 4ଟାରୁ ପ୍ରାୟ ସାଢେ 5ଟା ମଧ୍ୟରେ ଭଞ୍ଜନଗର ଅଞ୍ଚଳ ରେ ପ୍ରକୃତି ର ତାଣ୍ଡବ ଅତି ଭୟଙ୍କର ଥିଲା l ଫଳରେ ପ୍ରବଳ ବର୍ଷା ଓ ପବନ ସାଙ୍ଗକୁ ଛାତି ଥରା ଘଡଘଡି ସମସ୍ତଙ୍କୁ ଭୟଭିତ କରିଦେଇଥିଲା l ସ୍କୁଲ ଛାତ୍ର ଛାତ୍ରୀ ମାନେ ଘରକୁ ଫେରି ନପାରି ଏଣେ ତେଣେ ଆଶ୍ରୟ ନେଇଥିଲେ l ବହୁ ସ୍ଥାନରେ ବିଦ୍ୟୁତ ତାର ଛିଡିବା ସହ ଗଛ ମଧ୍ୟ ଭାଙ୍ଗି ପଡିଛି l ସେହିପରି ନିକଟସ୍ଥ ଲାଲ ସିଂ ଗ୍ରାମର ସୁଦାମ ସ୍ୱାଇଁ ଓ ତାଙ୍କ ଝୀଅ ଶୁଭଶ୍ରୀ ସ୍ୱାଇଁ କୁ ବାଇକ ରେ ବସାଇ ଶ୍ୱଶୁର ଘର ଗୁଣ୍ଡୁରୀ ବାଡ଼ି ରୁ ଫେରୁ ଥିବା ବେଳେ ସିଧା ପଦର ଛକରେ ଗୋଟିଏ ଗଛ ଭାଙ୍ଗି ରାସ୍ତା ଉପରେ ପଡିଥିଲା ତାହା ଜାଣି ନପାରି ସୁଦାମ ଆସି ସେହି ଗଛକୁ ଧକ୍କା ଦେଇ ଉଭୟେ ପଡି ଗୁରୁତର ଆହତ ହୋଇଥିଲେ l ଖବର ପାଇ ଦମକଳ ବାହିନୀ ସେଠାରେ ପହଂଚି ସେମାନଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲା l