
କନ୍ଧମାଳ,କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଲାଇନପଡା କଲେଜରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଫୁଲବାଣୀରୁ ଭାୟା ଖଜୁରୀପଡା ଦେଇ କଲେଜକୁ ଆସୁଥିବା ବେଳେ ବସ୍ ଚଳାଚଳ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ କଲେଜ ଅ।ସୁଛନ୍ତି । ଯାହାର ପ୍ରତିବାଦରେ ଗୁରୁବାର ଦିନ ଛାତ୍ରଛାତ୍ରୀ ମାନେ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବର ପାଇ ଲାଇନପଡା ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ଦୀପ, ଟିକାବାଲି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ବସ୍ ଚଳାଚଳ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପ୍ରତିଶୃତି ଦେବା ପରେ ଛାତ୍ରଛାତ୍ରୀମାନେ ବିକ୍ଷୋଭରୁ ଓହରିଥିଲେ । ସରକାରଙ୍କ ତରଫରୁ ଫୁଲବାଣୀରୁ ଭାୟା ଖଜୁରୀପଡା ଦେଇ ଲାଇନପଡା ଚକାପାଦ ପର୍ଯ୍ୟନ୍ତ ନୂତନ ବସ୍ ଚଳାଚଳ କରିବା ପାଇଁ କନ୍ଧମାଳ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।