-
ଜିଲ୍ଲା ପ୍ରଶାସନ ତରଫରୁ ପୁରୀ ସାତପଡ଼ା ରାସ୍ତା କଡ଼ରୁ ଗୋମାତାଙ୍କୁ ଗୋଶାଳାରେ ଥଇଥାନ ପ୍ରସ୍ତାବ ,
-
ଗୋଶାଳା କୁ ପକ୍କା ରାସ୍ତା ପାଇଁ ପ୍ରତିଶୃତି ,

ପୁରୀ ,ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ସଂଚାଳିତ ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଗୁରୁବାର ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସକାଳ ୭. ୩୦ ମିନିଟ ସମୟରେ ବ୍ରହ୍ମଗିରି ବିଡ଼ିଓ,ତହସିଲଦାର, ଆରାଇ ଏବଂ ଅନ୍ୟ ଅଧିକାରୀ ମାନଙ୍କ ସହିତ ଗୋଶାଳାରେ ପହଞ୍ଚି ଗୋସେବାର ବିଭିନ୍ନ ଯୋଜନା ର ପରିଦର୍ଶନ କରିଥିଲେ |ଗୋବିନ୍ଦ ଗୋଧାମ ଗୋଶାଳା ଭ୍ରମଣ କରି ଗୋବଂଶ ମାନଙ୍କ ରହିବା ପାଇଁ ଏହା ସୁରକ୍ଷିତ ସ୍ଥାନ ଓ ଧର୍ମ ରକ୍ଷା ନିମନ୍ତେ ଏଠାରେ ଗୋମାତା ମାନଙ୍କୁ ପ୍ରତିଦିନ ପୂଜା କରାଯାଉଥିବାର ଦେଖି ସେ ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ଏହା ଗୋମାତା ମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ସେ ଅନୁଭବ କରିଥିଲେ |ଗୋଶାଳା ପରିଦର୍ଶନ ସମୟରେ ଗୋବିନ୍ଦ ଗୋଧାମ ଗୋଶାଳା ର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ନୁଚରଣ ପଣ୍ଡାଜୀ ମହାରାଜ ଙ୍କ ସହିତ ଆଲୋଚନା ମାଧ୍ୟମରେ ପୁରୀ ଜିଲ୍ଲାପାଳ ଶ୍ରୀ ବର୍ମା ଗୋବିନ୍ଦ ଗୋଧାମ ଗୋଶାଳା ରେ ଜିଲ୍ଲା ପ୍ରଶାସନ ତରଫରୁ ପୁରୀ ସାତପଡ଼ା ରାସ୍ତାରେ ଅବାଧ ବୁଲୁଥିବା ଗୋମାତା ମାନଙ୍କ ଥଇଥାନ ପାଇଁ ପ୍ରସ୍ତାବ ଦେଇଥିଲେ |ଏଥି ସହିତ ଗୋଶାଳା ନିକଟରେ ଥିବା ୧୦ ଏକର ସରକାରୀ ଜମିରେ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ସହାୟତାରେ ଗୋମାତା ଖାଦ୍ୟ ନିମନ୍ତେ ଉର୍ନ୍ନତ ମାନର ଘାସ ଚାଷ କରାଯିବା ପାଇଁ ମତବ୍ୟକ୍ତ କରିଥିଲେ |ଗୋବଂଶ ମାନଙ୍କ ମୌଳିକ ସୁବିଧା ପାଇଁ ଇଡ଼କୋ ରୋଡ ଠାରୁ ଗୋଶାଳା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ଗୋଶାଳା ପରିସରକୁ ଆଲୋକୀ କରଣ ପାଇଁ ଜିଲ୍ଲାପାଳ ଶ୍ରୀଵର୍ମା ପ୍ରତିଶୃତି ଦେଇଛନ୍ତି |ଏହି ସୂଚନା ଟ୍ରଷ୍ଟର ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପ୍ରକାଶ କରିଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO