
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମର ସ୍ବର୍ଗତା କୁନ୍ତଳା ପଣ୍ଡା ସମାଜ ସଂସ୍କାର ପାଇଁ ଚିରଦିନ ସ୍ମରଣୀୟ ରହିବେ।ମଙ୍ଗଳବାର ମଧ୍ୟ ରାତ୍ରିରେ ବିଶିଷ୍ଟ ସମାଜ ସଂସ୍କାରିକା, ବରିଷ୍ଠ ଝୋଟି ଶିଳ୍ପୀ ତଥା ସମାଜ ସେବୀ ଧନେଶ୍ୱର ପଣ୍ଡାଙ୍କ ପତ୍ନୀ ଓ ଶତ୍ରୁଘ୍ନ ପଣ୍ଡାଙ୍କ ମାଆ କୁନ୍ତଳା ପଣ୍ଡା ୮୫ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ। ଧର୍ମ ପରାୟଣା ସ୍ବର୍ଗୀୟା କୁନ୍ତଳା ଶ୍ରୀ ଶ୍ରୀ ମଦନମୋହନ ଦେବ ଙ୍କର ପରମଭକ୍ତ ଥିଲେ। ପ୍ରତିଦିନ ଶ୍ରୀ ଶ୍ରୀ ମଦନମୋହନ ଦେବଙ୍କୁ ଦର୍ଶନ କରିବା ସହ ଶ୍ରୀ ଶ୍ରୀ ମଦନମୋହନ ଦେବଙ୍କ ମହାତ୍ମ୍ୟାର ବିଷୟରେ ଆଗାମୀ ପିଢ଼ିଙ୍କୁ ଅବଗତ କାର୍ଯ୍ୟ କରି ଆସୁଥିଲେ।ତାଙ୍କ ବିୟୋଗରେ ବରପୁଟ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି |