କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶ୍ରୀଜଗନ୍ନାଥ ସଂସ୍କୃତିର ବିକାଶ, ପରମ୍ପରାର ସୁରକ୍ଷା ଓ ସମାଜ ସଂସ୍କାର ପାଇଁ ସ୍ବର୍ଗତା ରାଧାମଣୀ ମିଶ୍ର ଚିରଦିନ ସ୍ମରଣୀୟ ରହିବେ। ଏ ନେଇ ରଥସାହି ରେ ଥିଵା ବିମାନବଡୁ ନିଯୋଗ ପରିସରରେ ଅନୁଷ୍ଠିତ ଏକ ଶୋକ ସଭାରେ ଯୋଗ ଦେଇ ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ, ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ହରେକୃଷ୍ଣ ଶତପଥି, ପଣ୍ଡିତ ପଦ୍ମନାଭ ତ୍ରିପାଠୀ, ସେବାୟତ ଉଦୟ ଶଙ୍କର ପ୍ରତିହାରୀ, ବାବାଜୀ ଅଚ୍ୟୁତାନନ୍ଦ ଦାସ ମହାରାଜ, ଶରତ ଜୟସିଂହ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି, ଅକ୍ଷୟ ସାହୁ, ପ୍ରଶାନ୍ତ ତ୍ରିପାଠୀ, ଚକ୍ରଧର ମହାପାତ୍ର, ରାଜେଶ ମିଶ୍ର, ସତ୍ୟନାରାୟଣ ମିଶ୍ର, ମନୋଜ ମିଶ୍ର, ରାଜେଶ ମହାନ୍ତି, ସୁଶାନ୍ତ ବିଷୋୟୀ, ଶ୍ୟାମପ୍ରକାଶ ସେନାପତି, ରଶ୍ଭିରଞ୍ଜନ ମିଶ୍ର, ସୁଜାତା ମିଶ୍ର, ରେଣୁକା ମିଶ୍ର,କଳ୍ପନା ମିଶ୍ର,ଲୀଳାବତୀ ମିଶ୍ର, ସୁମିତ୍ରା ମିଶ୍ର, ଶିବରାମ ପ୍ରଧାନ ଏବଂ କେଦାରନାଥ ମହାପାତ୍ର ପ୍ରଭୃତି ସ୍ୱର୍ଗତା ମିଶ୍ରଙ୍କ ସମାଜ ସଂସ୍କାର ଉପରେ ଆଲୋକପାତ କରିଥିଲେ।
କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀର ବିଶିଷ୍ଟ ସମାଜ ସଂସ୍କାରିକା, ବରିଷ୍ଠ ଚିତା ଶିଳ୍ପୀ ତଥା ପୁରୀ ମଠ ସଂସ୍କୃତି ସୁରକ୍ଷାର ଅନ୍ୟତମ ଦିଗଦର୍ଶକ, ରେବେସା ମଠ, ଓଡ଼ିଆ ମଠ, ଉତ୍ତରପାର୍ଶ୍ବ ଓ ଦକ୍ଷିଣପାର୍ଶ୍ବ ମଠର ବିଶିଷ୍ଟ ପୁରୋହିତ ସ୍ବର୍ଗତ ମାର୍କେଣ୍ଡେୟ ମିଶ୍ରଙ୍କ ବୋହୁ ତଥା ଓଟିଭିର ବରିଷ୍ଠ ପ୍ରତିନିଧି ମଧୁସୂଦନ ମିଶ୍ରଙ୍କ ମାଆ ରାଧାମଣି ମିଶ୍ର ୮୬ବର୍ଷ ବୟସରେ ଦେହତ୍ୟାଗ କରିଥିଲେ। ଧର୍ମ ପରାୟଣା ସ୍ବର୍ଗୀୟା ରାଧାମଣି ଶ୍ରୀଜଗନ୍ନାଥଙ୍କର ପରମଭକ୍ତ ଥିଲେ। ପ୍ରତିଦିନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଶ୍ରୀଜଗନ୍ନାଥଙ୍କ ମହାତ୍ମ୍ୟାର ପ୍ରଚାର ପ୍ରସାର ଦିଗରେ ମହନୀୟ କାର୍ଯ୍ୟ କରି ଆସୁଥିଲେ।
ତାଙ୍କର ଦଶାହ ଅବସରରେ ଏକ ସ୍ମରଣୀକା ‘ସ୍ମୃତିରେ’ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ସ୍ମରଣୀକା ଉନ୍ମୋଚନ ସମୟରେ ସମସ୍ତ ଅତିଥିଙ୍କ ସହ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି, ଅକ୍ଷୟ କୁମାର ସାହୁ ଏବଂ ବଦ୍ରି ମିଶ୍ର, ଭଗବାନ ମିଶ୍ର, ପ୍ରଣବ ମହାପାତ୍ର, ଉନ୍ମୋଚନ କରିଥିଲେ। ମଧୁସୂଦନ ମିଶ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।