ଭୁବନେଶ୍ୱର, ରାଜ୍ୟରେ କରୋନାରେ ଆଉ ୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୮୪୦୬ ହୋଇ ଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ବଲାଙ୍ଗୀର, ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାରେ ୧-୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।