-
ଜିଲ୍ଲା ପ୍ରଶାସନ ତତ୍ପର
ବାରିପଦା, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରେ ଥିବା ଚମକପୁର ଆବାସିକ ଆଦିବାସୀ ବାଳିକା ବିଦ୍ୟାଳୟରେ ୨୬ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାଯାଇଛି । ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି ।
ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କରଞ୍ଜିଆ ଉପଜିଲ୍ଲାପାଳ ଡ.ରଜନୀକାନ୍ତ ବିଶ୍ୱାଳଙ୍କ ସମେତ ସ୍ଥାନୀୟ ବିଡ଼ିଓ, ତହସିଲଦାର, ଡ଼ାକ୍ତରୀ ଟିମ୍ ବିଦ୍ୟାଳୟରେ ପହଂଚି ଥିଲେ । ସେଠାରେ ଜଣେ ଡାକ୍ତରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆକ୍ରାନ୍ତ ଛାତ୍ରୀମାନଙ୍କର ଚିକିତ୍ସା କରାଯିବା ସହ ଏକ ଆମ୍ବୁଲାନ୍ସକୁ ରଖାଯାଇଛି ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଆବାସିକ ବିଦ୍ୟାଳୟରେ ମୋଟ୍ ୨୫୯ ଜଣ ଛାତ୍ରୀ ରହି ପାଠ ପଢ଼ୁଥିବା ବେଳେ ୨୦ ଜଣ କର୍ମଚାରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛିଦିନ ପୂର୍ବରୁ କେତେକ ଛାତ୍ରୀ ଅସୁସ୍ଥ ରହିବାରୁ ଗତ ଗୁରବାର ଦିନ ସେମାନଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୨ ଜଣ କରୋନା ପୋଜେଟିଭି ରିପୋର୍ଟ ଆସିଛି । ଶୁକ୍ରବାର ମଧ୍ୟ ୪ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡିବା ପରେ ଶୁକ୍ରବାର ସୁଦ୍ଧା ମୋଟ୍୨୬ ଜଣ ଛାତ୍ରୀ ଆକ୍ରାନ୍ତ ଥିବାର ଜଣାପଡ଼ିଛି । ୧୫ ଜଣଙ୍କ ସ୍ୱାବ ଟେଷ୍ଟ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି । ସମସ୍ତ ଚିହ୍ନଟ ଆକ୍ରାନ୍ତ ମାନଙ୍କୁ ବିଦ୍ୟାଳୟ ପରିସରରେ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି । କରୋନା ପୋଜେଟିଭି ବାହାରିବା ପରେ ଅନ୍ୟ ଛାତ୍ରୀ ଓ ଅଭିଭାବକ ମାନେ ଆଶଙ୍କା ମଧ୍ୟରେ ରହିଛନ୍ତି । ସମସ୍ତ ଚିହ୍ନଟ ଆକ୍ରାନ୍ତ ମାନଙ୍କୁ ବିଦ୍ୟାଳୟ ପରିସର ରେ ସଙ୍ଗରୋଧ ରେ ରଖାଯାଇ ଚିକିତ୍ସା କରାଯାଉଛି । କରୋନା ପଜେଟିଭ ଚିହ୍ନଟ ପରେ ଅନ୍ୟ ଛାତ୍ରୀ ଓ ଅଭିଭାବକ ମାନେ ଆଶଙ୍କା ମଧ୍ୟରେ ରହିଛନ୍ତି ।