ବ୍ରହ୍ମପୁର : ଗଞ୍ଜାମ ଜିଲା ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ଥାନା କଇଠଖଣ୍ଡି ପଞ୍ଚାୟତ ର ବୀରପାଟଣା କୁକୁଡ଼ା ଫାର୍ମ ନିକଟରେ ଥିବା ଏକ ବେଆଇନ ନକଲି ମଦ କାରଖାନା ଉପରେ ଦିଗପହଣ୍ଡି ପୋଲିସ ଅତର୍କିତ ଚଢ଼ାଉ କରି ଏଥିରେ ସଂପୃକ୍ତ ଥିବା ୪ ଜଣକୁ ଗିରଫ କରିଥିବା ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର କହିଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ପେଣ୍ଡୁରାବାଡି ଗ୍ରାମର ଦଣ୍ଡପାଣି ଡାକୁଆ , ବ୍ରହ୍ମପୁର ଅଞ୍ଚଳର ଟୁଟୁ ଦାସ , ପ୍ରଦୀପ ସାହୁ ଏବଂ ଭୀଷ୍ମଗିରି ଗ୍ରାମର ହୃଷିକେଶ ଗୈାଡ଼ ଏସ୍ପି ଙ୍କ ସୂଚନା ପ୍ରକାରେ ଗତ କିଛି ଦିନ ହେଲା ଦିଗପହଣ୍ଡି ଥାନାଞ୍ଚଳରେ ଚାଲିଥିବା ବେଆଇନ ମଦ ବିକ୍ରୀ ଆଡ୍ଡା ମାନଙ୍କରେ ପୋଲିସର କ୍ରମାଗତ ଚଢ଼ାଉ କରି ଅନେକ ମଦ ଜବତ ଏବଂ ବିକ୍ରେତା ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ନୂତନ ଭାବେ ଗତ ଏକ ସପ୍ତାହ ତଳେ ଦିଗପହଣ୍ଡି ଥାନା ଅଧିକାରୀ ଭାବେ ବସନ୍ତ କୁମାର ସେଠୀ ଦାଇତ୍ଵ ନେବା ପରେ ତାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ବେଆଇନ ମଦ ଦୋକାନ ଗୁଡିକ ଚଢ଼ାଉ କରି ବିପୁଳ ପରିମାଣର ଜବତ କରାଜାଇଛି। ଶନିବାର ସନ୍ଧ୍ୟାରେ ଦିଗପହଣ୍ଡି ପୋଲିସ ଖବରପାଇ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ ଉକ୍ତ କୁକୁଡ଼ା ଫାର୍ମ ନିକଟରେ ଥିବା ନକଲି ମଦ କାରଖାନା ଉପରେ ଚଢାଉ କରି ସେଠାରୁ ୪୬ଟି କାର୍ଟୁନରେ ଭର୍ତି ହୋଇଥିବା ୨୦୨୮ଟି ନକଲି ବିଦେଶୀ ମଦ ବୋତଲ,୩୬୪ଟି ପ୍ରିପେର ଜାର, ୨୮୦ ଲିଟର ସ୍ପିରିଟ, ମେସିନ, ୨ବସ୍ତା ଲେବୁଲ, ୨ବସ୍ତା ଖାଲି ବୋତଲ, ୧୦ବସ୍ତା ଠିପି, ବହୁଳ ପରିମାଣରେ ମଦ ତିଆରି ସାମଗ୍ରୀ ଜବତ କରିଛନ୍ତି ।ଏ ଘଟଣାପରେ ରବିବାର ଦିନ ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପି.କେ ମିଶ୍ର , ଚିକିଟି ଏସଡିପିଓ ଏସ୍. ଏନ୍.ମୁର୍ମୁ ଦିିଗପହଣ୍ଡି ଥାନାରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଏନେଇ ଦିଗପହଣ୍ଡି ଥାନା କେସ ନଂ- ୧୭୫/୧୯ ଅନୁସାରେ ଅଭିଯୁକ୍ତ ମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏସ୍ପି ସୂଚନ ଦେଇଛନ୍ତି।
Greetіngs from Ιdaho! I’m boгed to dewth at worқ so I decided tօ browse your blog on my iphone during lunch break.
Ӏ reaⅼⅼy like the info you provide herе and can’t wait to take a look
when I get home. I’m amazed at how quick your Ƅlog loaded on my cell pphone ..
I’m not even using WIFΙ, just 3G .. Anyhow, great site!
thank you. if possible try to make a payment like paper rate to increased our team and our efforts.
thank you. if possible try to make a payment like paper rate to increased our team and our efforts