
ବ୍ରହ୍ମପୁର:ରାଜ୍ୟ ନିର୍ବାଚନ କମିଶନଙ୍କ ଧାର୍ଯ୍ୟ ଆଦେଶ ପ୍ରକାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରବିବାର ଛୁଟି ଅବସରରେ ପ୍ରତି ବୁଥ୍ ସ୍ତରରେ ସ୍ବତନ୍ତ୍ର ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇଅଛି l 2020 ମସିହା ପାଇଁ ଭୋଟର ତାଲିକା ପ୍ରସ୍ତୁତିରେ ନିର୍ଭୁଲ ଓ ସ୍ୱଚ୍ଛ ଭୋଟର ତଥ୍ୟକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭୋଟର ତାଲିକାରେ ଥିବା ଭୋଟରଙ୍କୁ ନାମ, ବୟସ ,ସମ୍ପର୍କୀୟଙ୍କ ନାମ ଓ ସମ୍ପର୍କକୁ ନିର୍ଭୁଲଭାବେ ଜଣାଇବାକୁ ବୁଥ୍ ସ୍ତରରେ ଅଧିକାରୀଙ୍କୁ ସଚେତନ କରାଯିବା ସହିତ ଘର ଘର ବୁଲି ନିର୍ଭୁଲ ତଥ୍ୟ ସଂଗ୍ରହ ପାଇଁ ଆଦେଶ ରହିଅଛି l ଆଦି ସାନଖେମୁଣ୍ଡି ସ୍ତରରେ ଥିବା ବୁଥ୍ ରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ବିଡ଼ିଓ ଶ୍ରୀ ଶିବ ଶଙ୍କର ମିଶ୍ରଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ତରଫରୁ ସ୍ବତନ୍ତ୍ର ପରିବହନ ଅଧିକାରୀ ଭାବେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ବିନୟ ମହାନ୍ତି,ବିପିଇଓ ଶ୍ରୀମତୀ ବୈଜୟନ୍ତି ମୁକ୍ତା ବିଭିନ୍ନ ବୁଥ୍ କୁ ଗସ୍ତ କରି ଅଧିକାରୀଙ୍କୁ ଭୋଟର ତାଲିକା ସାଂସୋଧନ ଦେଇଥିବା ସ୍ବତନ୍ତ୍ର ଧାର୍ଯ୍ୟ ନିୟମକୁ ଅବଗତ କରିଛନ୍ତି l ମହାନଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା 205 ଓ 206 ନଂ ବୁଥ୍ରେ ବୁଥ୍ ସ୍ତରୀୟ ଅଧିକାରୀ ଶ୍ରୀମତୀ ବନିତା କୁମାରୀ ରଥ ଓ ସୁଜ୍ଞାନୀ ସେଠୀଙ୍କୁ ନୂତନ କାର୍ଯ୍ୟଧାରା ନେଇ ତାଲିକା ସଂଶୋଧନ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥିଲେ l