ପାରାଦୀପ – ପାରାଦୀପ ସ୍ଥିତ ଇଫକୋ ସାର କାରଖାନା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରିୟ ଆପାତ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଡ. କାହ୍ନୁ ଚରଣ ଧୀର୍ ଅଧ୍ୟକ୍ଷତା କରିଥିଲେ । ଏଥିରେ ଜଗତସିଂହପୁର ଜିଲ୍ଲାରେ ଥିବା ସମସ୍ତ ବୃହତ କମ୍ପାନୀ ଓ ସରକାରୀ ଅଧିକାରୀମାନେ ଯୋଗ ଦେଇଥିଲେ । ୧୯୯୯ ମହାବାତ୍ୟାରେ ଜଗତସିଂହପୁର ଜିଲ୍ଲା ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଥିଲା । ତେବେ ସେହିଭଳି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗ କାର୍ଯ୍ୟ କରୁଛି । ଏହାସହ ୧୯୯୬ ମସିହା ଠାରୁ ବୃହତ ଶିଳ୍ପାନୁଷ୍ଠାନ ମାନଙ୍କରେ ରସାୟନିକ ଦୁର୍ଘଟଣାକୁ ମୁକାବିଲା କରିବା ଏବଂ ଆଗୁଆ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଜିଲ୍ଲା ଆପାତ କାଳିନ ଗୃପ୍ କାର୍ଯ୍ୟ କରୁଛି । ସାରା ଦେଶରେ ଓଡିଶା ଯେପରି ପ୍ରକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ଏକ ମଡେଲ୍ ରାଜ୍ୟ ଭାବେ ପରିଗଣିତ ହୋଇଛି । ସେହିଭଳି ସମ୍ଭାବ୍ୟ ରସାୟନିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ପ୍ରସ୍ତୁତି ରହିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଡ. ଧୀର୍ ବୃହତ ଶିଳ୍ପ ସଂସ୍ଥାର କର୍ତୃପକ୍ଷ ମାନଙ୍କୁ ପରାମର୍ଶ ଦେଇଥିଲେ । ଅଫସାଇଟ୍ ଏମରଜେନ୍ସି ପ୍ଲାନ୍ ପ୍ରସ୍ତୁତ ରଖିବା, ଅବିଛିନ୍ନ ଭାବେ ରାଜ୍ୟ ଓ କେନ୍ଦ୍ର କ୍ରାଇସେସ୍ ଗୃପକୁ ସୁଚନା ପଠାଇବା , ମକଡ୍ରିଲ୍ କରିବା, ବୃହତ ଶିଳ୍ପର ଆଖପାଖ ଅଂଚଳ ବାସିନ୍ଦା ମାନଙ୍କୁ ରସାୟନିକ ଦୁର୍ଘଟଣାର ଭୟାବହତା ଓ ଏହାର ମୁକାବିଲା କରିବା ନିମନ୍ତେ ସଚେତନ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ତେବେ ଏହି ବୈଠକରେ ୍େଯାଗଦେଇ ପାରାଦୀପର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ନୁ ଚରଣ ମିଶ୍ର କହିଥିଲେ ଯେ, ବୃହତ ଶିଳ୍ପ କର୍ତୃପକ୍ଷ ମାନେ ରସାୟନିକ ଦୁର୍ଘଟଣାକୁ ଏଡାଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅଧିକ ସୁରକ୍ଷା ପାଇଁ କଂଟ୍ରୋଲରୁମ୍ ର ଆବଶ୍ୟକତା ରହିଛି । ଏହି ବୈଠକରେ ଡେପୁଟି କଲେକ୍ଟର୍ କଲ୍ୟାଣ ସୈାରଭ ଦାସ, ପ୍ରଦୁଶଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ରମେଶ କୁମାର ଏକା, ପୈାର ନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତୀ, ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଂଜନ ପଟନାୟକ, ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଇଫକୋ ୟୁନିଟ୍ ହେଡ୍ କେ.ଜେ. ପଟେଲ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହ ପି.ପି.ଏଲ., ଏସାର, ଆଇ.ଓ.ସି.ଏଲ., ପାରାଦୀପ ବନ୍ଦର, ସି.ଆଇ.ଏସ.ଏଫ୍ , ଓଡ୍ରାଫ୍ ଓ ତଟରକ୍ଷୀବାହିନୀ କର୍ତୃପକ୍ଷ ଯୋଗ ଦେଇଥିଲେ ।
Related Stories
November 24, 2024
November 24, 2024