
ଭଦ୍ରକ – ବିଜେଡି ଦଳ ପକ୍ଷରୁ ଗତ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ଆଜି ଉଦ୍ଯାପିତ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମଗ୍ର ରାଜ୍ୟରେ ଜାରି ରହିଥିବା ଜନ ସମ୍ପର୍କ ପଦଯାତ୍ରା ଭଦ୍ରକ ନିର୍ବାଚନ ମଣ୍ଡଳୀରେ ବିଧାୟକ ସଂଜୀବ ମଲ୍ଲିକଙ୍କ ନେତୃତ୍ୱରେ ମଧ୍ୟ ଆରମ୍ଭ ହୋଇ ବିଭିନ୍ନ ଗ୍ରାମରେ ଜାରି ରହିଥିଲା । ଆଜି ଭଦ୍ରକ ବିଧାୟକ ଶ୍ରୀ ମଲ୍ଳିକଙ୍କ ନେତୃତ୍ୱରେ ଏକ ଭବ୍ୟ ସମାରୋହରେ ପଦଯାତ୍ରାର ଉଦ୍ଯାପନୀ ହୋଇଛି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ପୌରାଧ୍ୟକ୍ଷ ଇଂ ପ୍ରୟାସକାନ୍ତି ସାମଲ ପ୍ରମୁଖ ଏକ ବିଶାଳ ଶୋଭାଯାତ୍ରାରେ ଭଦ୍ରକ ପୁରୁଣାବଜାର ମଲ୍ଳିକ ମଇଦାନରୁ ବାହାରି ରାଜଘାଟ ଛକ, ନୂଆବଜାର, କଚେରୀବଜାର ହୋଇ ଜିଲ୍ଲାପାଳଙ୍କ ଅଫିସ ଠାରେ ପହଂଚିଥିଲେ । ପ୍ରାୟ ୨୦ ହଜାରରୁ ଉଦ୍ଧ୍ୱର୍ ଜନସମାଗମରେ ଭଦ୍ରକ ସହରର ମୁଖ୍ୟ ରାସ୍ତା ଜନ ସମୁଦ୍ରରେ ପରିଣତ ହୋଇଥିବା ବେଳେ ସହର ତମାମ ବିଜେଡି ପତାକାରେ ଶଙ୍ଖମୟ ହୋଇଯାଇଥିଲା । ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ସଭାସ୍ଥଳରେ ଆୟୋଜିତ ଉଦ୍ଯାପନୀ ସଭାରେ ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ପୌରୋହିତ୍ୟ କରିଥିଲେ । ବିଜେଡିର ପ୍ରମୁଖ ନେତୃମଣ୍ଡଳୀଙ୍କ ମଧ୍ୟରେ ପୂର୍ବତନ ପୌରାଧ୍ୟକ୍ଷ ମାନସ ମହାନ୍ତି, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ତଥା ତିହିଡ଼ି ବ୍ଲକ ଅଧ୍ୟକ୍ଷା ବିଦ୍ୟୁତ୍ଲତା ନାୟକ, ଭଦ୍ରକ ବ୍ଲକ ଉପାଧ୍ୟକ୍ଷା ଜ୍ୟୋତ୍ସ୍ନାମଂଜରୀ ରାଉତ, ପୂର୍ବତ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଳା ଉପସଭାପତି ମଳୟ ଜେନା, ଜିଲ୍ଳା ଛାତ୍ର ବିଜେଡି ସଭାପତି ତଥାଗତ ସାମଲ, ପୂର୍ବତନ ସଭାପତି ରାକେଶ ପଣ୍ଡା, ଭଦ୍ରକ ବ୍ଳକ ବିଜେଡି ସଭାପତି ପ୍ରଫୁଲ୍ଳ ନାୟକ, ନଗର ସଭାପତି ତାହେର ମହମ୍ମଦ ପ୍ରମୁଖ ବିଶିଷ୍ଟ ନେତୃମଣ୍ଡଳୀ ରାଜ୍ୟରେ ଚାଲି ଆସିଥିବା ବିଜେଡି ସରକାରର ଜନହିତକର ଯୋଜନା, ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ ସମସ୍ତ ସରକାରୀ ସହାୟତା, ରାଜ୍ୟକୁ ଦୁର୍ନୀତିମୁକ୍ତ କରାଇବାରେ ୧ ନଂ ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କ ଆଦର୍ଶର ଗୁଣଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ପରିଷଦ ସଭ୍ୟ କ୍ଷୀରୋଦ ରାଉତ, ସରୋଜ ନାୟକ, ସୁକାନ୍ତୀ ନାୟକ, ସମିତି ସଭ୍ୟ ଯୋଗେନ୍ଦ୍ର ଘଡେଇ, ପ୍ରଦୀପ ମଲ୍ଲିକ, ବ୍ଳକ ଯୁବ ସଭାପତି ମୁକୁନ୍ଦ ଦେବ ସାମଲ, ଅଶୋକ ବଳ, ପ୍ରଣବ ଦାସ, ପ୍ରବୀର ଜେନା, ଇକ୍ବାଲ ଖାଁ, ଜୁଲଫୁକର, ଇଂ ମହମ୍ମଦ ଫରହାତ୍ ଆଲାମ ଖାନ୍, ସେକ ନିଜାମ, ଶ୍ୟାମ ସୁନ୍ଦର ନାୟକଙ୍କ ସମେତ ସମସ୍ତ ପୂର୍ବତନ କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସମିତି ସଭ୍ୟ, ସରପଞ୍ଚ, ବ୍ଲକ ଓ ଜିଲ୍ଲା ସ୍ତରୀୟ ଦଳୀୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।