ଭଦ୍ରକ – +୨ ବିନାୟକ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭଦ୍ରକ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ରୋ. ଅତିଶ ବେହେରାଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି । ରୋଟାରୀ କ୍ଲବ ମିଡଟାଉନ ଓ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ସଭାରେ ପ୍ରଥମେ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସମସ୍ତ କାର୍ଯ୍ୟରେ ସାଧୁତା ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅବିରତ ଉଦ୍ୟମ ଜାରୀ ବଜାୟ ରଖିବା ପାଇଁ ଅବିରତ ଉଦ୍ୟମ ଜାରୀ ରଖିବା ସକାଶେ ଏକ ଶପଥ ପାଠ କରାଯାଇଥିଲା । ସଭାରେ ‘ସଚ୍ଚୋଟତା ଏକ ଜୀବନ ଶୈଳୀ’ ଶୀର୍ଷକ ଉପରେ ଆଲୋକପାତ କରାଯାଇଥିଲା । ରୋ. ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ବଳରାମ ମିଶ୍ର, ଭିଜିଲାନ୍ସ ଡିଏସପି ସଂଜୟ ଦାସ ମହାପାତ୍ର, ଇନ୍ସପେକ୍ଟର ସୁଲୋଚନା ନାୟକ ଦୁର୍ନୀତି ନିବାରଣ ସପ୍ତାହର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିନାୟକ କଲେଜ ପକ୍ଷରୁ ମନୋଜ କୁମାର ପାଢ଼ୀ, ଜୀବନାନନ୍ଦ ପାଣିଗ୍ରାହୀ, ପ୍ରଭାତ ପ୍ରଭାକର ପାଢ଼ୀ, ଆଇନଜୀବୀ ଦୀପକ ସାହୁ, ରୋ. ରତନଲାଲ ଗୁପ୍ତା, ରୋ. ଅଶୋକ ଶତପଥି, ରୋ. ଅଶୋକ ଲଖାନୀ ଓ ରୋ. ଇନ୍ଦ୍ରଜିତ ସିଂ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିନାୟକ କଲେଜ ପକ୍ଷରୁ ପରିଚାଳନା କରାଯାଇଥିଲା । ଏଥିରେ ସମସ୍ତ ଛାତ୍ର ଛାତ୍ରୀ ଯୋଗଦେଇ “ସଚ୍ଚୋଟତା ଏକ ଜୀବନ ଶୈଳୀ” ଉପରେ ନିଜର ମତ ପ୍ରକାଶ କରିଥିବା ବେଳେ ଓ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ ।
Related Stories
November 25, 2024