କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲାରେ ବରିଷ୍ଟ ନାଗରିକମାନଙ୍କ ପାଇଁ ପ୍ରମାଣପତ୍ର (ପରିଚୟ ପତ୍ର) ପାଇଁ ବୁଧବାର ଟାଉନ୍ଥାନା ଅଧିକାରୀ ଜ୍ୟୋତି ଶଙ୍କର ମହାପତ୍ରଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବରିଷ୍ଟ ନାଗରିକମାନଙ୍କ ପାଇଁ ପ୍ରମାଣପତ୍ର ପ୍ରଦାନ କରାଯାଉଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ଏପର୍ଯ୍ୟନ୍ତ ବରିଷ୍ଠ ନାଗରିକମାନଙ୍କୁ କୈାଣସି ପରିଚୟ ପତ୍ର ପ୍ରଦାନ କରାଯାଇନାହିଁ । ଯାହାଦ୍ୱାରା ଏହି ବରିଷ୍ଠ ନାଗରିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ଟାଉନ୍ଥାନା ଅଧିକାରୀଙ୍କ ସହିତ ବରିଷ୍ଠ ନାଗରିକ ମନ୍ମଥ କୁମାର ରାଉତ, କରୁଣାକର ଦାସ, ବୈଷ୍ଣବ ଚରଣ ସ୍ୱାଇଁ, କୃତିବାସ ସ୍ୱାଇଁ, ସେକ୍ ଆଲିଜାନ୍, ସୁରେଶ ଚନ୍ଦ୍ର ପଟ୍ଟନାୟକ, ମଧୁସୁଦନ ବାରିକ ପ୍ରମୁଖ ଟାଉନ୍ ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।