ଭୁବନେଶ୍ୱର – ଉପରମୁଣ୍ଡରେ ଲଗାଣ ବର୍ଷା ପାଇଁ ହୀରାକୁଦ ଜଳଭଣ୍ଡାର ଜଳପତନ ସନ୍ଧ୍ୟା ସୁଦ୍ଧା ୬୨୫.୫୮ ଫୁଟରେ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୭ ହଜାର ୪୩୧ ଘନଫୁଟ ପାଣି ପ୍ରବେଶ କରୁଥିଲା ବେଳେ ସେହି ସମୟରେ ୨୦ଟି ଗେଟ୍ ଦେଇ ୩ ଲକ୍ଷ ୪୧ ହଜାର ୯୦୩ ଘନଫୁଟ ପାଣି ନିଷ୍କାସିତ ହେଉଛି । ଆଜି ସକାଳ ୬ଟାରେ ହୀରାକୁଦ ଜଳ ଭଣ୍ଡାରର ୧୨ ଟି ଗେଟ୍ ଖୋଲା ଯାଇଥିଲା ବେଳେ ସକାଳ ୯ଟାରେ ୧୮ଟି, ମଧ୍ୟାହ୍ନରେ ୨୦ଟି ଗେଟ୍ ଖୋଲା ଯାଇଥିଲା । ଏବେବି ମଧ୍ୟ ଏହି ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦ ତଳ ମୁଣ୍ଡରେ ଥିବା ଖଇରାମାଳଠାରେ ସକାଳ ୬ଟାରେ ୬ ଲକ୍ଷ ୪୬ ହଜାର ଘନଫୁଟ ପାଣି ଛଡ଼ାଯାଉଥିଲା ବେଳେ ବରମୂଳରେ ୫ ଲକ୍ଷ ୭୨ ହଜାର ଏବଂ ମୁଣ୍ଡୁଳି ଠାରେ ୬ ଲକ୍ଷ ୯୦ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିଲା । ସନ୍ଧ୍ୟା ୬ଟାରେ ଖଇରାମାଳରେ ୫ ଲକ୍ଷ ୬୯ ହଜାର ଘନଫୁଟ ପାଣି, ବରମୂଳରେ ୬ ଲକ୍ଷ ୨୩ ହଜାର ଘନଫୁଟ ପାଣି, ମୁଣ୍ଡୁଳିଠାରେ ୬ ଲକ୍ଷ ୭୬ ହଜାର ଘନଫୁଟ ପାଣି ପ୍ରବାହିତ ହେଉଛି ।
Related Stories
November 22, 2024