ମାଲକାନଗିରି, ମାଲକାନଗିରି ସଦର ମହକୁମା ନଗର ଭବନ ସମ୍ମିଳନୀ କକ୍ଷରେ ଆଦିବାସୀ ବିଳ୍ପବୀ ସ୍ବାଧୀନତା ସଂଗ୍ରାମୀ ବିର୍ଶା ମୁଣ୍ଡାଙ୍କ ଜୟନ୍ତୀ ପାଳନ ହେବାସହ ଆତ୍ମାଶକ୍ତି ଶ୍ରମଜୀବି ସଂଗଠନ ପକ୍ଷରୁ ଗୁଞ୍ଜରଣ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଜିଲ୍ଲା ପରିଷଦର ଅଧ୍ୟକ୍ଷ ଦଶରଥ ପଡିଆମୀ, ସମାଜସେବୀ ଭାସ୍କର ବେହେରା, ଆଦିବାସୀ ସଂଘର ସଭାପତି ଘେନୁ ମୁଦୁଲି, ଚାଲାଣ ଗୁଡା ସରପଞ୍ଚ ପୁଷ୍ପାରାଣୀ କବାସୀ, ଆତ୍ମାଶକ୍ତି ଅନୁଷ୍ଠାନର ରୁଚି କସ୍ୟପ, ଶ୍ରମଜୀବି ସଂଗଠନର ପଞ୍ଚାନନ ପ୍ରଧାନ, ଘାସିରାମ ଗୁଟା, ବଟକୃଷ୍ଣ ସାହୁ, ଗୀତାଞ୍ଜଳୀ ମହାନ୍ତି ପ୍ରମୁଖ ମାଲକାନଗିରି ଜିଲ୍ଲାର ସାତଟି ବ୍ଲକର ବହୁ ସଂଗ୍ରାମୀ ଆଦିବାସୀ ଯୁବକ ଯୁବତୀ ମାନେ ଯୋଗଦେଇଥିଲେ ।
ଏହି ଅବସରରେ ମାଲକାନଗିରି ଜିଲ୍ଲାରେ କିପରି ସରକାରୀ ଯୋଜନାର ଉପଯୁକ୍ତ ସୁଫଳ ମିଳିବା ସହ ଶିକ୍ଷା କ୍ଷେତ୍ରରେ କିପରି ଅଧିକ ସୁଫଳ ମିଳିବ ସେନେଇ ଏକ ଗୁଞ୍ଜରଣ ରଥଯାତ୍ରା ଶୁଭାରମ୍ଭ କରାଯାଇଥିଲା । ଓଡ଼ିଶାର ୧୦୨ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ଶ୍ରମଜୀବି ସଂଗଠନର ସଦସ୍ୟ ମାନେ କହିଥିଲେ ।